fbpx

ଗାଡି ଫାଇନ୍: ୪ ଘଣ୍ଟାରେ ୨.୫ ଲକ୍ଷ ଆଦାୟ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯାନବାହନ କାଗଜପତ୍ର ଯାଞ୍ଚର କେହାଳ ସୀମା ଶେଷ ହୋଇଛି । ଆଜିଠାରୁ ରାଜ୍ୟବ୍ୟାପୀ ନୂଆ ଆଇନରେ ଫାଇନ ଆଦାୟ ଆରମ୍ଭ ହୋଇଛି । ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଏବେ ସୁଦ୍ଧା ୬୩ଟି ଚାଲାଣ କଟାଯାଇଛି । ଅଢେଇ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିସାରିଲାଣି ଆରଟିଓ-୨ । ଜଣଙ୍କଠାରୁ ସର୍ବାଧିକ ୨୨ ହଜାର ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଏନେଇ ଆରଟିଓ-୨ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାୟଗଡାରେ ଆନ୍ଧ୍ରପ୍ରଦେଶର ଏକ ଟ୍ରକକୁ ୧.୧୧ ଲକ୍ଷ ଟଙ୍କାର ଫାଇନ୍ ଲାଗିଛି । ଅନୁମତି ନଥାଇ ଜେକେ କାଗଜ କଳକୁ ଯାଉଥିଲା ଏହି ମାଲ୍ ବୋଝେଇ ଟ୍ରକ୍ । ଆନ୍ଧ୍ର ଟ୍ରକର ନମ୍ବର AP-୩୧-TW-୩୨୪୯ଥିବା ଆରଟିଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.