HOCKEYSPORTTOP STORIES

ମହିଳା ଜାତୀୟ ହକି କ୍ୟାମ୍ପ, ଓଡ଼ିଶା ରୁ ୭ ମନୋନୀତ

ବେଙ୍ଗାଲୁରୁ, ୧୦।୧୧: ବେଙ୍ଗାଲୁରୁରେ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ମହିଳା ଜାତୀୟ ହକି କ୍ୟାମ୍ପ ପାଇଁ ଶନିବାର ନାମ ଘୋଷଣା କରାଯାଇଛି । ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଥିବା ତାଲିକାରେ ୩୩ ଜଣ ଖେଳାଳୀଙ୍କୁ ସାମିଲ କରାଯାଇଛି । ଏହି ଜାତୀୟ ହକି କ୍ୟାମ୍ପରେ ଯୋଗ ଦେବାକୁ ୭ ଜଣ ଓଡ଼ିଆଙ୍କୁ ମଧ୍ୟ ଡାକରା ଆସିଛି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ, ଲିଲିମା ମିଞ୍ଜ, ସୋନାଲ୍‌ ମିଞ୍ଜ, ଅନୁପ ବାର୍ଲା ଓ ନମିତା ଟପ୍ପୋ। ନଭେମ୍ବର ୧୨ ତାରିଖରୁ ୩୦ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ସ୍ପୋର୍ଟସ୍‌ ଅଥୋରିଟି ଅଫ୍‌ ଇଣ୍ଡିଆରେ ସେଣ୍ଟର୍‌ରେ ଜାତୀୟ ହକି କ୍ୟାମ୍ପ୍‌ ଅନୁଷ୍ଠିତ ହେବ । ଏଥିପାଇଁ ଶନିବାର ୩୩ ଜଣିଆ ମହିଳା ହକି ଦଳ ଘୋଷଣା ହୋଇଛି । ସମସ୍ତେ ମୁଖ୍ୟ ପ୍ରଶିକ୍ଷକ ସଜୋର୍‌ ମରିଜ୍ନେଙ୍କୁ ଭେଟିବେ । ସେ କହିଛନ୍ତି ଯେ, ଘରୋଇ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳୀଙ୍କୁ କୋର୍‌ ଗ୍ରୁପ୍‌ରେ ଆଣିଛୁ । ଏହା ସହିତ ଯେଉଁମାନେ ଯୁବ ଅଲମ୍ପିକ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ମଧ୍ୟ ଆମେ ଆଣିଛୁ ବୋଲି ମରିଜ୍ନେ କହିଛନ୍ତି ।

ଟିମ୍‌ରେ ସାମିଲ ଥିବା ଖେଳାଳୀମାନେ ହେଲେ:-
ଗୋଲକିପର୍‌:- ସବିତା, ରଜନୀ ଏଟିମାର୍ପୁ ଓ ସୋନାଲ୍‌ ମିଞ୍ଜ ।
ଡିଫେଣ୍ଡର୍‌:- ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା, ସୁଶିଳା ଚାନୁ, ଗୁରଜିତ କୌର, ରଶ୍ମିତା ମିଞ୍ଜ, ସୁମନ ଦେବୀ ଥୌଣ୍ଡମ୍‌, ମାହିମା ଚୌଧୁରୀ ଓ ନିଶା ।
ମିଡ଼୍‌ ଫିଲଡର୍‌:- ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ନେହା ଗୋୟଲ୍‌, ଉଦିତା, ଜ୍ୟୋତି, ଅନୁଜା ସିଂହ. ଶ୍ୟାମ ଟିଡଗାମ୍‌, ସୋନିକା ଓ କରିସ୍ମା ଯାଦବ ।
ଫରୱାର୍ଡସ୍‌:- ରାନୀ, ଲଲ୍ରେମସିଆମି, ନବନୀତ କୌର, ନଭଜୌତ କୌର, ରାଜୱିନ୍ଦର କୌର, ବନ୍ଦନା କଟାରିଆ, ଅନୁପ ବାର୍ଲା, ପ୍ରିୟଙ୍କା ୱାଙ୍ଖଡେ, ରୀନା ଖୋଖାର ଓ ଲୀଳାବତୀ ମାଲାମଡା ।

Show More

Related Articles

Leave a Reply

Your email address will not be published. Required fields are marked *

Close