fbpx

ଟ୍ରେନରେ ସିଟ୍ ନମିଳିବାରୁ ଖରାପ ଅବସ୍ଥାରେ ଯାତ୍ରା କଲେ ଏହି ବଲିଉଡ୍ ଅଭିନେତା, ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦ ।୧୧: ଟ୍ରେନରେ ଯାତ୍ରା କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ସେଥିପାଇଁ ସମସ୍ତ ବଲିଉଡ୍ ସେଲିବ୍ରିଟମାନେ ପ୍ରାୟତଃ ପ୍ଲେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ନିକଟରେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଟ୍ରେନରେ ଯାତ୍ରା କରୁଥିବାର ନଜର ଆସିଥିଲେ । ଯାତ୍ରା ସମୟରେ ସାଧାରଣ ଲୋକଙ୍କ ପରି ତାଙ୍କୁ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଅଭିନେତା ଜଣକ ନିଜର ଟ୍ରେନ ଯାତ୍ରାର ଏକ ଭିଡିଓ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ତେବେ ଭିଡିଓରେ ଅଭିନେତାଙ୍କୁ ଠିକରେ ଚିହ୍ନି ହେଉନଥିବା ବେଳେ ସେ ଟ୍ରେନର କୋଣରେ ଥିବା ଏକ ସିଟରେ ଶୋଇଥିବାର ଦେଖିବାକୁ ମିଳିଛି । ଅଭିନେତା ଜଣକ ହେଉଛନ୍ତି ସଞ୍ଜୟ ମିଶ୍ର ।

ତେବେ ସଞ୍ଜୟଙ୍କୁ ସିଟ ନମିଳିବାରୁ ସେ ଟ୍ରେନ୍ କର୍ମୀଙ୍କ ସିଟରେ ଶୋଇଥିଲେ । ଏହି ସମୟରେ ତାଙ୍କ ଆଡକୁ ହଠାତ୍ କ୍ୟାମେରା ନିଆଯାଇଥିଲା । ପରେ ସେ ଆରପିଏଫ୍ ପୋଲିସଙ୍କ ସହ ଫଟୋ ଉଠାଇଥିଲେ ।

Get real time updates directly on you device, subscribe now.