CRICKETSPORTTOP STORIES

ଧୱନ୍ ଓ ପନ୍ଥଙ୍କ ଅର୍ଦ୍ଦଶତକ ସତ୍ୱେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦

ଚେନ୍ନାଇ, ୧୧ା୧୧ : ଚେନ୍ନାଇରେ ରବିବାର ଆୟୋଜିତ ୱେଷ୍ଟଇ ଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ରିଷଭ ପନ୍ଥଙ୍କ ଦମ୍ଦାର ଅର୍ଦ୍ଧଶତକ ସତ୍ ୱେ ମ୍ୟାଚ୍ ଶେଷବେଳକୁ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ଅତି ସହଜରେ ଏହି ମ୍ୟାଚ୍ରେ ବିଜୟୀ ହୋଇଯିବ ବୋଲି ପୂର୍ବରୁ ଆଶା କରାଯାଉଥିଲେ ମଧ୍ୟ ଶେଷ ବେଳକୁ ୱେଷ୍ଟ ଇଣ୍ଡିଜ୍ ଖେଳାଳୀଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମ୍ୟାଚ୍ର ଶେଷ ବଲ୍ ପର୍ଯ୍ୟନ୍ତ ମ୍ୟାଚ୍ର ଫଳାଫଳ ଅନିଶ୍ଚିତତା ମଧ୍ୟରେ ରହିଥିଲା । ଶେଷ ବଲ୍ ପୂର୍ବରୁ ଶିଖର ଧୱନ୍ ବଡ଼ ସଟ୍ ଖେଳିବାକୁ ଯାଇ (୯୨ରନ୍)ରେ ଆଉଟ୍ ହେବା ମ୍ୟାଚ୍କୁ ଅନିଶ୍ଚିତତା ଘେରକୁ ନେଇ ଯାଇଥିଲା । ତେବେ ଶେଷ ବଲ୍ରେ ଭାରତକୁ ବିଜୟ ପାଇଁ ଏକ ରନ୍ ଦରକାର ହେଉଥିବା ବେଳେ ଦିନେଶ କାର୍ତ୍ତିକ ଶେଷ ବଲ୍ରେ ଏକ ରନ୍ କରି ଭାରତକୁ ଏହି ବିଜୟ ଦେଇଥିଲେ । ଫଳରେ ୱେ ଷ୍ଟ ଇଣ୍ଡିଜ୍କୁ ୬ ୱି କେଟ୍ରେ ପରାସ୍ତ କରିଛି ଭାରତ । ଏହାସହ ସିରିଜ୍କୁ ୩-୦ରେ ଜିତି କ୍ଲିନ୍ ସୁଇପ୍ କରିଛି ଭାରତ । ପୂର୍ବରୁ ୱେଷ୍ଟ ଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୧ ରନ୍ କରିଥିଲା । ୧୮୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଶିଖର ଧୱନ୍ ଓ ରିଷଭ୍ ପନ୍ଥ ଅର୍ଦ୍ଦଶତକ ହାସଲ କରିଥିଲେ ମଧ୍ୟ ଶେଷ ବଲ୍ରେ ଭାରତ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close