fbpx

ନୂଆ ଟ୍ରାଫିକ୍ ନିୟମକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ସୁର ରାଉତ ରାୟ ବର୍ଷିଛନ୍ତି । ସେ କହିଛନ୍ତି ଯେ, ‘ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀଙ୍କ ଅତ୍ୟାଚାର ହେଉଥିବା ଅଭିଯୋଗ ହେଉଛି । ମା’ ଭଉଣୀଙ୍କ ପ୍ରତି ଖରାପ ବ୍ୟବହାର କରାଯାଉଛି । ବିଜେଡି ସରକାରରେ ଆତଙ୍କରାଜ ଚାଲିଛି । ବେକାରୀ ବଢିଛି, ନିଯୁକ୍ତି ନାହିଁ ଧମକ ଦେଇ ଟଙ୍କା ଆଦାୟ ଚଳିବନି । ଏଭଳି ବ୍ୟବସ୍ଥା ତୁରନ୍ତ ବନ୍ଦ କରାଯାଉ ।’

ଏହା ସହ ରାଜ୍ୟବ୍ୟାପୀ ଆରଟିଓ ଓ କମିଶନରେଟ୍ ଅଫିସ ଘେରିବାକୁ ସୁର ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.