INTERNATIONAL NEWSNEWSTOP STORIES

କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୨୫ ମୃତ

କାଲିଫର୍ଣ୍ଣିଆ : ଆମେରିକାର କାଲିଫର୍ଣ୍ଣିଆ ଅଞ୍ଚଳରେ ଥିବା ଜଙ୍ଗଲରେ ଶନିବାର ଲାଗିଥିବା ଅଗ୍ନିକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ଫଳରେ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି ବୋଲି ରବିବାର ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଆଉ ୧୪ଜଣଙ୍କ ମୃତଶରୀର ଜବତ ହେବା ପରେ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି ବୋଲି କୁହାଯାଇଛି । ଜଙ୍ଗଲରେ ଲାଗିଥିବା ନିଆଁ ଏବେ ନିକଟସ୍ଥ ଅଞ୍ଚଳକୁ ବ୍ୟାପିବାରେ ଫଳରେ ଧନଜୀବନର କ୍ଷତି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି । କାଲିଫର୍ଣ୍ଣିଆରେ ଗତ କେତେ ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close