NATIONALTOP STORIES

ବେଙ୍ଗାଲୁରୁରେ ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂ, ୩ ମୃତ

ପ୍ରକାଶ ଯେ ସ୍ଥାନୀୟ ସାରଜାପୁର ମୁଖ୍ୟ ରୋଡର କାସଭାନାହଲି ସ୍ଥିତ ଏକ ବହୁତଳ ବିଶିଷ୍ଟ ନିର୍ମାଣାଧୀନ ପ୍ରାସାଦ ଗୁରୁବାର ଭୁଶୁଡି ପଡିଛି। ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୫ ଜଣ ଶ୍ରମିକ କଂକ୍ରିଟ୍ ସ୍ଲାବ (କୋଠାର ଭଗ୍ନାଶ) ତଳେ ଫସିଥିବା ପ୍ରାଥମିକ ଅବସ୍ଥାରେ ଜଣାପଡିଛି। ତେବେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ ପକ୍ଷରୁ ଜାରି ରହିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ବିଭିନ୍ନ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ବିଲ୍ଡିଂଟି ୬ ବର୍ଷ ତଳର ଏବଂ ଏହାର ପୁନଃନିର୍ମାଣ କିମ୍ବା ମରାମତି ଚାଲୁଥିବା ସମୟରେ ଏହି ଅଘଟଣଟି ଘଟିଥିବା ପୋଲିସ ଡେପୁଟି କମିଶନର ଅବଦୁଲ ଆହଦ ପ୍ରକାଶ କରିଛନ୍ତି। ତେବେ ବିଲ୍ଡିଂ ଭୁଶୁଡିବା ନେଇ କୌଣସି ସୂଚନା ମିଳିନାହିଁ ଏବଂ ଫସିଥିବା ଶ୍ରମିକଙ୍କ ସମ୍ପର୍କରେ ମଧ୍ୟ ଏଯାବତ ସଠିତ ତଥ୍ୟ ମିଳିନଥିବା ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଅଘଟଣ ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ଲୋକେ ଏବଂ କାର୍ଯ୍ୟରତ ଶ୍ରମିକଙ୍କ ସମ୍ପର୍କୀୟଙ୍କ ଭିଡ ଦୁର୍ଘଟଣାସ୍ଥଳରେ ବଢୁଥିବା ଜଣାପଡିଛି।
Show More

Related Articles

Leave a Reply

Your email address will not be published. Required fields are marked *

Close