ODISHATOP STORIES

ବାଇକ୍ କୁ ପିଟିଲା ସ୍କର୍ପିଓ, ୨ ମୃତ

ଟାଙ୍ଗୀ, ୧୨।୧୧ (ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୌରଚନ୍ଦ୍ରପୁର ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ସ୍କର୍ପିଓ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ନୟାଗଡ଼ର ଗୌରାଙ୍ଗ ପ୍ରଧାନ ଓ ଗୋକୁଳ ସାହୁ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୌରାଙ୍ଗ ଓ ଗୋକୁଳ ଏବଂ ଅନ୍ୟ ଜଣେ ଏକ ବାଇକ୍‌ ଯୋଗେ କୌଣସି କାମ ପାଇଁ ଖୋର୍ଦ୍ଧା ଆସିଥିଲେ । କାମ ସାରି ନୟାଗଡ଼କୁ ଫେରୁଥିବା ବେଳେ ଟାଙ୍ଗୀ ନିକଟରେ ଏକ ସ୍କର୍ପିଓ (ଏପି ୩୦ କ୍ୟୁ ୮୮୮୮) ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣେ ପ୍ରାଣ ହାରିଥିଲେ । ଅନ୍ୟଜଣଙ୍କୁ ସଙ୍କଟାପନ୍ନ ଅବସ୍ଥା କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଁଚି ମୃତ ଦେହ ଓ ଦୁଇଟି ଗାଡ଼ିକୁ ଜବତ କରିଛି । ମାତ୍ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close