fbpx

ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଦଳର ସମସ୍ତ ନେତା, କର୍ମକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୫ରେ ପାଳନ ହେବାକୁ ଯାଉଥିବା ବିଜୁ ବାବୁଙ୍କ ଜୟନ୍ତୀ ପ୍ରସଙ୍ଗରେ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏଁ ୧୫ ଦିନ ଧରି ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ ହେବ । ଜୟନ୍ତୀକୁ ପ୍ରତିଟି ନିର୍ବାଚନମଣ୍ଡଳି ସ୍ତରରେ ପାଳନ କରିବାକୁ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ତେବେ ବିଜୁବାବୁଙ୍କ ଜୟନ୍ତୀଠାରୁ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ମଧ୍ୟରେ ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଆୟୋଜିତ କରାଯିବ । ଏହା ସହ ବିଜୁବାବୁଙ୍କ ଜନ୍ମ ତିଥିରୁ ଆରମ୍ଭ କରି ୨ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପକ୍କାଘର ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ‘ପକ୍କାଘର ଯୋଗ୍ୟତା କାର୍ଡ’ ଏବଂ ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାମାନଙ୍କୁ ‘ଜଗା ମିଶନ’ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ ।

ସେହିପରି ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ଦଳର ମହିଳା ସଙ୍ଗଠନ ପକ୍ଷରୁ ନିର୍ବାଚନମଣ୍ଡଳି ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ ଜଣ ସୁଫଳ ମହିଳାଙ୍କୁ ସମ୍ମାନିତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.