INTERNATIONAL NEWSNEWSTOP STORIES

ଶ୍ରୀଲଙ୍କା ସଂସଦରେ ରାଜପକ୍ଷେ-ବିକ୍ରମସିଙ୍ଘେଙ୍କ ସମର୍ଥକ ହାତାହାତି

କଲମ୍ବୋ : ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଧୀରେ ଧୀରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଗୁରୁବାର ଶ୍ରୀଲଙ୍କା ସଙ୍କଟରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ବିପକ୍ଷ ରାନିଲ ବିକ୍ରମସିଙ୍ଘେଙ୍କ ସାଂସଦ ସମର୍ଥକମାନେ ହାତାହାତି ହୋଇଛନ୍ତି । ଗୁରୁବାର ରାଜପକ୍ଷେ ଦାବି କରିଥିଲେ ଯେ, ବାଚସ୍ପତି ଚାହିଁଲେ ମଧ୍ୟ ତାଙ୍କୁ ପଦରୁ ହଟାଇ ପାରିବେ ନାହିଁ । ମଙ୍ଗଳବାର ତାଙ୍କ ବିରୁଦ୍ଧରେ ପାରିତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ନେଇ ସେ ଏହି ମନ୍ତବ୍ୟ ରଖିଥିଲେ । ଏହା ପରେ ସଂସଦରେ ଉପସ୍ଥିତ ଥିବା ଉଭୟ ଗୋଷ୍ଠୀର ସାଂସଦ ମୁହାଁମୁହିଁ ଓ ପରେ ହାତାହାତି ହୋଇଥିଲେ । ଏହି ଘଟଣାରେ ଉଭୟପକ୍ଷର କେତେକ ସାଂସଦ ଆହତ ମଧ୍ୟ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close