CRICKETSPORTSPORTSTOP STORIES

ଆର‌୍ୟଲାଣ୍ଡ ସାମ୍ନାରେ ୧୪୬ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ , ମିଥାଲି ରାଜ୍ଙ୍କ ଦମ୍ଦାର ଅର୍ଦ୍ଦଶତକ

ଗୁଏନା, ୧୫ା୧୧ : ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ଗୁରୁବାର ଭାରତ ଓ ଆର‌୍ୟଲାଣ୍ଡ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟଚ୍ରେ ଅଧିନାୟିକା ହରମନ୍ପ୍ରିତ୍ କୌରଙ୍କ ନେତୃତ୍ୱାଧିନ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ଷ୍ଟାର ପ୍ଲେୟାର ମିଥାଲି ରାଜ୍ଙ୍କ ଦମ୍ଦାର ଅର୍ଦ୍ଦଶତକ ବଳରେ ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୫ ରନ୍ କରିଛି । ଫଳରେ ୧୪୬ ରନ୍ର ଟାର୍ଗେଟ ନେଇ ଆର‌୍ୟଲାଣ୍ଡ ଟିମ୍ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଛି । ଭାରତୀୟ ମହିଳା ଟିମ୍ ପାଇଁ ଏହି ମ୍ୟାଚ୍ ଅନେକ ଗୁରୁତ୍ୱ ବହନ କରୁଛି । ପୂର୍ବରୁ ୨ଟି ଯାକ ମ୍ୟାଚ୍ ଜିତି ସାରିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହି ମ୍ୟାଚ୍ ଜିତି ସେମିଫାଇନାଲ୍କୁ ଯିବାକୁ ଆଶା ବାନ୍ଧି ରହିଛି । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତି ସାରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close