CRICKETNEWSSPORTSPORTSTOP STORIES

ଆର‌୍ୟଲାଣ୍ଡ୍କୁ ହରାଇ ସେମିଫାଇନାଲ୍ରେ ଭାରତ

ଆଇସିସି ମହିଳା ଟି-୨୦ ବିଶ୍ୱକପ୍, ମିଥାଲି ରାଜ୍ଙ୍କ ଦମ୍ଦାର ଅର୍ଦ୍ଦଶତକ

ଗୁଏନା, ୧୫ା୧୧ : ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆର‌୍ୟଲାଣ୍ଡକୁ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ୍ ଟିମ । ଫଳରେ ଭାରତୀୟ ମହିଳା ଟିମ୍ ଆଇସିସି ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି । ଅଧିନାୟିକା ହରମନ୍ପ୍ରିତ୍ କୌରଙ୍କ ନେତୃତ୍ୱାଧିନ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ଷ୍ଟାର ପ୍ଲେୟାର ମିଥାଲି ରାଜ୍ଙ୍କ ଦମ୍ଦାର ଅର୍ଦ୍ଦଶତକ ବଳରେ ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା । ୧୪୬ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆର‌୍ୟଲାଣ୍ଡ ଟିମ୍ ଭାରତୀୟ ବୋଲିଂ ଆଟାକ୍କୁ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ୱିକ୍ଟେ୍ ହରାଇ ଚାଲିଥିଲା । ଆର‌୍ୟଲାଣ୍ଡ ଟିମ୍ ନିର୍ଦ୍ଦାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୯୩ ରନ୍ କରିପାରି ୫୨ ରନ୍ରେ ପରାସ୍ତ ହୋଇଥିଲା । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ପରାସ୍ତ କରିସାରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close