INTERNATIONAL NEWSNEWSTOP STORIES

ପିଓକେକୁ ପଞ୍ଚମ ପ୍ରାନ୍ତ ଘୋଷଣା କରିବାକୁ ପାକିସ୍ତାନର ପ୍ରସ୍ତୁତି

ଇସ୍ଲାମାବାଦ : ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ବିବାଦ ଥମିନଥିବା ବେଳେ ଏବେ ପାକିସ୍ତାନ ସରକାର ଏକ ନୂଆ ଚାଲ୍ ଖେଳିବା ଆରମ୍ଭ କରିଦେଇଛନ୍ତି । ପିଓକେର ବିବାଦୀୟ ଅଞ୍ଚଳ ଗିଲ୍ଗିଟ୍-ବାଲ୍ଟିସ୍ତାନକୁ ନିଜର ପଞ୍ଚମ ପ୍ରାନ୍ତ ଘୋଷଣା କରିବାକୁ ଇମ୍ରାନ ଖାନ୍ଙ୍କ ନେତୃତ୍ୱାଧିନ ପାକିସ୍ତାନ ସରକାର ଯୋଜନା ପ୍ରସ୍ତୁତ କରିଛି । ଏପରିକି ଏଥିପାଇଁ ଏକ ସମିତି ମଧ୍ୟ ଗଠନ କରାଯାଇଛି । ଏହି ସମିତି ଗିଲ୍ଗିଟ୍-ବାଲ୍ଟିସ୍ତାନର ସ୍ଥିତି ସମୀକ୍ଷା କରିବା ସହ ଏହାକୁ ଲିଗାଲ ଷ୍ଟାଟସ ଦେବା ଉପରେ ଅନୁଧ୍ୟାନ କରିବ । ଅନ୍ୟପଟେ ଭାରତ ପାକିସ୍ତାନର ଏହି ପଦକ୍ଷେପକୁ ବିରୋଧ କରିଛି । ଏହି ଅଞ୍ଚଳ ଜାମ୍ମୁକାଶ୍ମୀରର ଅଂଶ ହୋଇଥିବାରୁ ଏହା ବିବାଦୀୟ ସ୍ଥାନ । ତେଣୁ ସେଠାରେ ପାକିସ୍ତାନ ଏପରି କରିବା ଆଦୌ ଗ୍ରହଣିୟ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସାକିବ୍ ନିଶାଦଙ୍କ ନେତୃତ୍ୱରେ ଗଠିତ ୭ ସଦସ୍ୟ ବିିଶିଷ୍ଟ ଖଣ୍ଡପିଠ ଗତ ଅକ୍ଟୋବର ମାସରେ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ଗିଲ୍ଗିଟ୍ -ବାଲଟିସ୍ତାନ କ୍ଷେତ୍ରକୁ ପାକିସ୍ତାନର ଅନ୍ୟ ଅଞ୍ଚଳର ବିକାଶ ସହ ଯୋଡିବା ପାଇଁ ସେଠାକାର ଲିଗାଲ ଷ୍ଟାଟସକୁ ସମୀକ୍ଷା କରାଯାଉ । ପ୍ରଧାନ ବିଚାରପତି ଦର୍ଶାଇଥିଲେ ଯେ, ଯଦି ଭାରତ ନିଜ ସମ୍ବିଧାନର ଅନୁଛେଦ ୩୭୦ରେ ସଂଶୋଧନ ଆଣି ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇପାରୁଛି ତେବେ ପାକିସ୍ତାନ ଏପରି କାହିଁ କରିପାରୁନି । ଗିଲ୍ଗିଟ୍-ବାଲ୍ଟିସ୍ତାନର ଲୋକମାନେ ମଧ୍ୟ ପାକିସ୍ତାନୀ । ସେମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତି ସାକିବ ନିଶାର ତାଙ୍କ ରାୟରେ ଦର୍ଶାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ପାକିସ୍ତାନ ସରକାର ଏବେ ଗିଲ୍ଗିଟ୍-ବାଲ୍ଟିସ୍ତାନର ଲିଗାଲ ଷ୍ଟାଟସ ସମୀକ୍ଷା କରି ଏହାକୁ ପଞ୍ଚମ ପ୍ରାନ୍ତର ମାନ୍ୟତା ଦେବାକୁ କସରତ ଆରମ୍ଭ କରିଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close