CRICKETNEWSSPORTSPORTSTOP STORIES

ଅନ୍ଅଫିସିଆଲ୍ ଟେଷ୍ଟ ମ୍ୟାଚ୍, ଭାରତ-ଏ ୩୪୦/୫

ପ୍ରଥମ ଦିନରେ ୪ ବ୍ୟାଟ୍ସମ୍ୟାନ୍ଙ୍କ ଅର୍ଦ୍ଧଶତକ

ମାଉଣ୍ଟ ମାଉଙ୍ଗାନୁଇ, ୧୬ା୧୧ : ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ-ଏ ଟିମ୍ ଓ ସେଠାକାର ଏ ଟିମ୍ ମଧ୍ୟରେ ପ୍ରଥମ ଅନ୍ଅଫିସିଆଲ୍ ଟେଷ୍ଟ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ୪ ଦିନବିଶିଷ୍ଟ ଏହି ଟେଷ୍ଟ ମ୍ୟାଚ୍ରେ ପ୍ରଥମ ଦିନରେ ଭାରତ-ଏ ଟିମ୍ର ୪ଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ-ଏ ୫ ୱିକେଟ୍ ହରାଇ ୩୪୦ ରନ୍ କରିଛି । ଭାରତ-ଏ ତରଫରୁ ପୃଥ୍ୱୀ ସ’ଙ୍କ ସମେତ ଅନ୍ୟ ୩ଜଣ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାର୍ଥୀବ ପଟେଲ୍ ୧୧୧ ବଲ୍ ଖେଳି ୭୯ ରନ୍ କରି ଅପରାଜିତ ଅଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ ସହ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିବା ହନୁମା ବିହାରୀ ୧୫୦ ବଲ୍ରୁ ୮୬ ରନ୍ କରିଥିଲେ । ସେ ପ୍ରଥମ ଦିନର ଶେଷ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଛନ୍ତି । ବିହାରୀ ନିଜ ଇନିଂସରେ ୮ଟି ଚୌକା ଲଗାଇଥିଲେ । ମୟଙ୍କ ଅଗ୍ରୱାଲ୍ ୬୫ ଏବଂ ପୃଥ୍ୱୀ ସ’ ୬୨ ରନ୍ କରି ଆଉଟ୍ ହୋଇଛନ୍ତି । ଟସ୍ ଜିତି ଭାରତ-ଏ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close