INTERNATIONAL NEWSTOP STORIES

ମାଲଦୀପ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ମୋଦି

ମାଲେ : ମାଲଦୀପର ନୂତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥଗ୍ରହଣ ଉତ୍ସବରେ ଶନିବାର ସାମିଲ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଶନିବାର ମାଲଦୀପ ଗସ୍ତ କରିଥିଲେ । ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିବା ଲାଗି ମାଳଦ୍ୱୀପ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ସୋଲି ସ୍ୱାଗତ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସମାରୋହକୁ ତାଙ୍କୁ ନିମନ୍ତ୍ରଣ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ସୋଲିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ନେତା, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କର ନମନୀୟତା ଉପରେ ଆଲୋକପାତ କରିବା ସହିତ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ମିଃ ସୋଲିଙ୍କ ନିର୍ବାଚନ ଦ୍ୱାରା ଦୁଇ ଦେଶ ମଧ୍ୟରେ ନିବିଡ଼ ସହଯୋଗ ଏବଂ ବନ୍ଧୁତାର ନବୀକରଣ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ଏହି କ୍ଷେତ୍ର ଏବଂ ଅନ୍ୟତ୍ର ଉଭୟରେ ଆତଙ୍କବାଦର ମୁକାବିଲା ଲାଗି ପରିବର୍ଦ୍ଧିତ ସହଯୋଗ ପାଇଁ ଦୁଇ ନେତା ସେମାନଙ୍କ ସ୍ଥିର ପ୍ରତିବଦ୍ଧତା ଏବଂ ସହଯୋଗ ବ୍ୟକ୍ତ କରିଥିଲେ । ଉଭୟ ପକ୍ଷରୁ ଆପୋସ ଲାଭ ନିମନ୍ତେ ମାଳଦ୍ୱୀପର ବିଭିନ୍ନ କ୍ଷେତ୍ରରେ ନିବେଶ ଲାଗି ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ସମ୍ପ୍ରସାରଣ କରିବାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଉଭୟ ଦେଶର ନାଗରିକମାନେ ଦୁଇ ଦେଶ ମଧ୍ୟରେ ବହୁଳ ଭାବେ ଯାତାୟାତ କରୁଥିବା ଦୃଷ୍ଟିରୁ ଦୁଇ ନେତା ସହଜ ଭିସା ପ୍ରକ୍ରିୟା ବ୍ୟବସ୍ଥାର ଆବଶ୍ୟକତା ନେଇ ସହମତ ହୋଇଥିଲେ । ଯଥାଶୀଘ୍ର ସୁବିଧା ଅନୁଯାୟୀ ଭାରତକୁ ସରକାରୀ ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ସୋଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି ସୋଲି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।ଶପଥ ଗ୍ରହଣ ଉତ୍ସବ ପରେ ମୋଦି ସେଠାକାର ନେତା ଓ ବିଶ୍ୱସ୍ତରର ଅନେକ ନେତାଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମାଲଦୀପ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ମାଲଦୀପର ମାଲେସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସୋଲିହା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମୋଦି ତାଙ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଥିଲେ । ମୋଦିଙ୍କ ମାଲଦୀପ ଗସ୍ତକୁ କୂଟନୈତିକ ସ୍ତରରେ ମଧ୍ୟ ଅନେକ ମହତ୍ତ୍ୱ ଦିଆଯାଉଛି । କାରଣ ପୂର୍ବତନ ରାଷ୍ଟ୍ରପତି ଅବଦୁଲା ୟାମିନ୍ ଚୀନ୍କୁ ସମର୍ଥନ କରି ଅନେକ ପ୍ରସଙ୍ଗରେ ଚୀନ୍ ଆଡ଼କୁ ଢ଼ଳୁଥିଲେ । ଏବେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବା ପରେ ଭାରତ ଓ ମାଲଦୀପ ସମ୍ପର୍କ ସୁଧୁରିବ ବୋଲି ଆଶଙ୍କା କରାଯାଉଛି । ଏପରିକି ନୂତନ ରାଷ୍ଟ୍ରପତି ଭାରତକୁ ପ୍ରାଧାନ୍ୟ ଦେଇ ଚୀନ୍କୁ ପ୍ରାଧାନ୍ୟ ଦେବେ ନାହିଁ ବୋଲି ଆଶଙ୍କା କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close