NATIONALTOP STORIES

କଂଗ୍ରେସର ନୂଆ ଚାଲ୍, ବସୁନ୍ଧରାଙ୍କ ବିରୋଧରେ ମାନଭେନ୍ଦ୍ର ପ୍ରାର୍ଥୀ

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ ନୂଆ ରଣନୀତୀ ଆପଣାଇଛି କଂଗ୍ରେସ । ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ଜଶବନ୍ତ ସିଂଙ୍କ ପୁତ୍ର ମାନଭେନ୍ଦ୍ର ସିଂଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ପ୍ରାର୍ଥୀ କରିଛି କଂଗ୍ରେସ । ମାନଭେନ୍ଦ୍ର ସିଂ ଗତମାସରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ତେବେ ମାନଭେନ୍ଦ୍ରଙ୍କୁ କଂଗ୍ରେସ ବସୁନ୍ଧରାଙ୍କ ବିରୋଧରେ ପ୍ରାର୍ଥୀ କରିବା ପରେ ଝାଲଡପାଟନ ବିଧାନସଭାରେ ଯୋରଦାର ଲଢ଼େଇ ହେବ । ଏହାକୁ ନେଇ ସେଠାରେ ରାଜନୈତିକ ମାହୋଲ୍ ମଧ୍ୟ ଗରମ ହୋଇଯାଇଛି । ପ୍ରକାଶଯୋଗ୍ୟ, ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ୨୦୦୩ରୁ ଲଗାତର ଝାଲଡ଼ପାଟନ ବିଧାନସଭା ଆସନରୁ ଜିତି ଆସୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close