CRICKETSPORTSPORTSTOP STORIES

ଅଷ୍ଟ୍ରେଲିଆକୁ ୪୮ ରନ୍ରେ ହରାଇଲା ଭାରତ

ଆଇସିସି ଟି-୨୦ ମହିଳା ବିଶ୍ୱକପ୍

ଗୁଏନା: ଆଇସିସି ଟି-୨୦ ମହିଳା ବିଶ୍ୱକପ୍ କ୍ରିକେଟ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶନିବାର ଅଷ୍ଟ୍ରେଲିଆକୁ ୪୮ ରନ୍ରେ ପରାସ୍ତ କରିଛି ଭାରତ । ଏହି ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ମହିଳା ଟିମ୍ ନିର୍ଦ୍ଦାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା । ଏହି ମ୍ୟାଚ୍ରେ ଭାରତୀୟ ଷ୍ଟାର ଖେଳାଳୀ ସ୍ମୃତୀ ମାନ୍ଧାନା ୫୫ ବଲ୍ରୁ ୮୩ ରନ୍ ଓ ଅଧିନାୟିକା ହରମନ୍ପ୍ରିତ୍ କୌର ୨୭ ବଲ୍ରୁ ୪୩ ରନ୍ର ଇନିଂସ ଆକର୍ଷଣୀୟ ଇନିଂସ ଖେଳିଥିଲେ । ମାନ୍ଧାନା ତାଙ୍କ ଇନିଂସରେ ୯ଟି ଚୌକା ଓ ୩ଟି ଛକା ମାରିଥିଲେ । ୧୬୮ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲିଂ ଆଟାକ୍କୁ ମୁକାବିଲା କରିପାରି ନ ଥିଲା । ଭାରତୀୟ ସ୍ପିନର ଅନୁଜା ପାଟିଲ୍ ୧୫ ରନ୍ରେ ୩ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ସଙ୍କଟ ମଧ୍ୟରେ ପକାଇ ଦେଇଥିଲେ । ଅଷ୍ଟ୍ରେଲିଆ ୨୦ ଓଭରରେ ୩ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ୍ରୁ ୪ଟି ଯାକ ଜିତି ଅପରାଜେୟ ରହିଛି ଭାରତୀୟ ମହିଳା ଟିମ୍ ।

Show More

Related Articles

Leave a Reply

Your email address will not be published. Required fields are marked *

Close