CRIMEODISHATOP STORIES

ଅଜା, ଆଇ ଓ ପିୟୁସି ଙ୍କୁ ହତ୍ୟାକଲା ମଦ୍ୟାପ ନାତି , ମା ଗୁରୁତର

ପାଟକୁରାରେ ଟ୍ରିପଲ୍ ମର୍ଡର

ପାଟକୁରା ୧୮ା୧୧ : ଘଟଣା ଟି ଯେତିକି ବିଭତ୍ସ ସେତିକି ହୃଦୟ ବିଦାରକ ଆଉ ଲୋମ ହର୍ଷଣ କାରୀ । ଜମି ପାଇଁ ମଦ ନିଶାରେ ଯେ ଗୋଟିଏ ନୁହେଁ ତିନି ତିନି ଜଣ ଙ୍କୁ କାଠ ଫାଲିଆ ଓ ଠେଙ୍ଗାରେ ବାଡେଇ ମାରି ହତ୍ୟା କରି ଦେଇ ପାରେ ତାହା ଶୁଣିଲା ବେଳକୁ ଦେହ ଶିହିରି ଉଠୁଛି । ରକ୍ତାକ୍ତ ମର ଶରୀର କୁ ଦେଖି ଗାଁ ଲୋକଙ୍କ ମନରେ ଭୟ ଓ ଆତଙ୍କ ଯେମିତି ଛାତି ଥରାଇ ଦେଉଛି । ଏପରି ଦୃଶ୍ୟକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କିଛି କରିବାର ର ନେଇ ମନ ଭିତରେ ରାଗ ହେଉଥିଲେ ମଧ୍ୟ କିଛି କରିବା ନେଇ ଆଇନ ଯେମିତି ହାତ ବାନ୍ଧି ପକାଇଛି । ଏପରି ନାରକୀୟ ଘଟଣା ଘଟିଛି ପାଟକୁରା ଥାନା ମଙ୍ଗରାଜପୁର ପଚାଂୟତ ମଧୁସୁଧନପୁର ଗ୍ରାମରେ । ପ୍ରକାଶ କି ଗତ ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଉକ୍ତ ଗ୍ରାମର ଅକ୍ଷୟ ଦାସଙ୍କ ପୁଅ ଆସାମୀ ବା ଅଭିଯୁକ୍ତ ଅନନ୍ତ ବିକ୍ରମ ଦାସ ଓରଫ ବିକ୍ରମ ବୃତିରେ ଟ୍ରାକ୍ଟର ଡ୍ରାଇଭର । ଯାହା ରୋଜଗାର କରେ ତାହା ମଦ ପିଇ ଉଠାଇ ଦିଏ । ହେଲେ ମଦ ପିଇବା ତାହାର ଅଭ୍ୟାସ । ଏହି ଅଭ୍ୟାସ ବଦଭ୍ୟାସରେ ପରିଣତ ହେବା ପରେ ମୁଣ୍ଡ ସଦାବେଳେ ହିଂସ୍ର ପ୍ରକୃତିରେ । ସଦାବେଳେ ରାତିରେ ମଦ ପିଇ ବିଲମ୍ବିତ ରାତିରେ ଘରକୁ ଫେରେ । ଏହା ପ୍ରତିବାଦ କଲାରୁ ଘରେ ସ୍ତ୍ରୀକୁ ବାଡେଇବା ସହ ବାପା ଓ ବୋଉଙ୍କୁ ବାଡିଆ ପିଟା କରିଥାଏ । ହେଲେ ଶନିବାର ରାତି ଥିଲା ସତେ ଯେମିତି ମୃତକ ଙ୍କ ପାଇଁ କାଳ ରାତି ମୃତ୍ୟୁ ଯେମିତି ତାଙ୍କୁ ହାତ ଠାରି ଡାକୁଥିଲା । । ଘଟଣାଟି ଘଟିଥିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ମଧୁସୁଦନପୁର ଗାଁର ଅକ୍ଷୟଦାସ ଙ୍କ ବଡପୁଅ ବିକ୍ରମ ପ୍ରଚୁର ମଦପାନ କରି ଘରକୁ ବିଳମ୍ବିତ ରାତ୍ରିରେ ଆସିଥିଲା । ହେଲେ ସ୍ତ୍ରୀ ପ୍ରତିବାଦ କରିବାରୁ ପିଟିବାକୁ ଆରମ୍ଭ କରିଥିଲା । ଏହା ଦେଖି ବାପା ଅକ୍ଷୟ ଓ ମା କେତକୀ ପୁଅକୁ ଅଟକାଇବାକୁ ଚେଷ୍ଟା କରିବାକରୁ ସ୍ତ୍ରୀକୁ ଛାଡି ବାପା ଓ ମାକୁ ମଧ୍ୟ କାଠ ଫାଳିଆରେ ପିଟିବାକୁ ଆରମ୍ଭ କରିଥିଲା । ପରିସ୍ଥିତି ଏମିତି ହେଲା ଯେ ଜୀବନ ବଜାଂଇବାକୁ ଯାଇ ବାପା ଅକ୍ଷୟ ବିକ୍ରମର ଜେଜେ ଧୃବ ରହୁଥିବାକୁ ଘରକୁ ପସି ଯାଇଥିଲେ । ହେଲେ ରକ୍ତମୁଖା ବିକ୍ରମ ଆଗରେ ପଡିଯାଇଥିଲେ ଜେଜେ ଧୃବ (୭୫) ଓ ଆଇମା ୭୦ ବର୍ଷିୟା ସରସ୍ୱତୀ ଓ ୪୫ ବର୍ଷିୟା ପୀୟୁସି ପ୍ରତିମା । ଏମାନେ ପ୍ରତିବାଦ କଲାରୁ ତାଙ୍କୁ ନିର୍ଦ୍ଦୟଭାବେ କାଠ ଫାଳିଆ ରେ ବାଡେଇ ରକ୍ତାକ୍ତ କରିଦେଇଥିଲ । ନିଶାସକ୍ତ ନାତି ବିକ୍ରମ । ପାଟିଶୁଣି ପଡେଶି ମାନେ ଉଠି ପଡିବାରୁ ବିକ୍ରମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମୁର୍ମଷ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀମାନେ ଗୁରୁତ୍ୱର ଆହାତ ୪ ଜଣଙ୍କୁ କେନ୍ଦ୍ରାପଡା ଚିକିତ୍ସାଳକୁ ଚିକିତ୍ସାପାଇଁ ପଠାଇଦେଇଥିଲେ । ମାତ୍ର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଜେଜେ ଧୃବ ଓ ଆଇ ସରସ୍ୱତୀ ଙ୍କ ମୃତ୍ୟୁ ଘଟିଥିଲା । ହେଲେ ଗୁରୁତର ଅବସ୍ଥାରେ ବିକ୍ରମର ପିୟୁସୀ କେତକୀ ଓ ମା ପ୍ରତିମା ଙ୍କ ଅବସ୍ଥା ସଙ୍କଟାପନ୍ନଥିବାରୁ କେନ୍ଦ୍ରାପଡା ଡାକ୍ତରଖାନା ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଇ ଦେଇଥିଲ । ମାତ୍ର ଅଧାବାଟରେ ପିୟୁସୀ କେତକୀ ଙ୍କର ମୁତ୍ୟୁ ଘଟିଥିଲା ଓ ଗୁରୁତ୍ୱର ଆହାତ ମା ପ୍ରତିମା ଏବେ କଟକ ବଡଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଛି । ଏହି ଭଲି ଏକ ହୁଦୟବିଦାରକ ଖବର ପାଇ ପାଟକୁରା ଥାନା ପୋଲସି ଘଟଣାସ୍ଥଳରେ ପହଚିଂଥିଲେ ମଧ୍ୟ ବିକ୍ରମ ଫେରାର ହୋଇଯାଇଥିଲା । ଆଜି ବା ରବିବାର ଦିନ ଆସାମୀ ବିକ୍ରମକୁ ଜିଲ୍ଲା ସ୍ପେଶାଲ ସ୍ୱାର୍ଡ ଟିମ ଜୋକିଆ ଗ୍ରାମର ପୋଲିସ ଗାଡିକୁ ଦେଖି ଦୈଡିଯାଇ ଧାନବିଲରେ ଲୁଚିଥିବା ଅବସ୍ଥାରେ ତାଙ୍କୁ ଗିରଫକରିଥିଲା । ଗିରଫ କରି ଅଧିକ ଜାଣିବା ବା ଅନୁଧ୍ୟାନ ପାଇ ଘଟଣାସ୍ଥଳକୁ ଅଭିଯୁକ୍ତ ବିକ୍ରମକୁ ନେଇ ଅଧିକ ତଦନ୍ତ ଚଳାଇଛି । ସୂଚନା ଯେଗୂ ଯେ ପୁର୍ବରୁ ବହୁବାର ମଦ୍ୟାପ ବିକ୍ରମର ମାଡରେ ଆହାତ ହୋଇ ବାପା , ମା ଓ ବିକ୍ରମର ସ୍ତ୍ରୀ ଏ ସପମ୍ପର୍କରେ ପାଟକୁରୋ ଥାନାରେ ପୁଅ ବିରୁଦ୍ଧରେ ।ଭିଯୋଗ କରିଥିଲେ । ମାତ୍ରଗ୍ରାମବାସୀମାନେ ବୁଝାସୁଝା କରି ବିକ୍ରମକୁ ବହୁବାର ଥାନାରୁ ଆଣିଥିଲେ । ତେବେ ମଦନିଶାରେ ମଦ ପିଇବା ପରେ ମଣିଷ ଏଭଳି ବିଭତ୍ସ କାଣ୍ଡ ଭିଆଇ ପାରେ କାହାକୁ ବିଶ୍ୱାସ ଲାଗୁ ନଥିଲେ ବି ୩ଜଣଙ୍କୁ ହତ୍ୟା କୁ ନେଇ ସାରା ଗାଁ ଯେମିତି ଶୁନଶାନ ହେବା ସହ ଗାଁ ଲୋକ ମୂକ ପାଲଟି ଯାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close