fbpx

କରୋନା ପାଇଁ ଜାରି ହେଲା ଆଡ଼ଭାଇଜରି

ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସରକାରଙ୍କ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ଆଡ଼ଭାଇଜରି ଜାରି କରିଛନ୍ତି ଏସଆରସି । ସେ କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନତା ପାଇଁ ଆଡ଼ଭାଇଜରି ଜାରି କରିଛନ୍ତି । ନିଜ କାର୍ଯ୍ୟାଳୟର ସମସ୍ତ ଉପକରଣ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟାଳୟରେ ଟେବୁଲ, ଡ଼େସ୍କ, ଟେଲିଫୋନ, କିବୋର୍ଡ଼ଗୁଡ଼ିକୁ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଯେମିତିକି ଅଫିସ ଉପକରଣକୁ ଆଲକହଲ ଯୁକ୍ତ ବିଶୋଧକରେ ପୋଛିବା ଆବଶ୍ୟକ । ବାରମ୍ବାର ହାତକୁ ଧୋଇ ସଫା ରଖିବା ଜରୁରୀ । ଯଦି ଥଣ୍ଡାର ଲକ୍ଷଣ ଆପଣଙ୍କ ପାଖରେ ଅଛି ତେବେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ପରସ୍ପରକୁ ହାତ ମିଳାଇବା ଏବଂ ଆଲିଙ୍ଗନ ଠାରୁ ଦୂରେଇ ରୁହନ୍ତୁ । ଥଣ୍ଡାରେ ସଙ୍କ୍ରମିତ ବ୍ୟକ୍ତିଙ୍କ ଠାରୁ ନିରାପଦ ଦୂରତା ରଖନ୍ତୁ । ଜରୁରୀ ଆବଶ୍ୟକ ନଥିଲେ ପ୍ରଭାବିତ ଦେଶକୁ ଯାଆନ୍ତୁ ନାହିଁ । ଏହାସହ ସପିଂ ମଲ୍, ବଜାର, ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ ।

Get real time updates directly on you device, subscribe now.