fbpx

ମୃତ୍ୟୁ ପରେ ବି ଜୀବନ, ଏସସିବିରେ ୩ୟ କିଡନୀ ପ୍ରତିରୋପଣ

କଟକ,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ୩ୟ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାଇଟେକ୍ ମେଡିକାଲରୁ ଏସସିବି ଗଲା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧିନ ରାଜଲକ୍ଷ୍ମୀ ଦାସଙ୍କ ବ୍ରେନ୍ ଡେଡ୍‌ ପରେ କିଡନୀ ଅଣାଯାଇ ଏସସିବିରେ ଚିକିତ୍ସାଧୀନ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀଙ୍କ ଶରୀରରେ ପ୍ରତିରୋପଣ ହେବ । ସେହିପରି କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କଠାରେ ଲାଗିବ ଆଉ ଏକ କିଡନୀ । ନିକଟରେ ରାଜ୍ୟରେ ୨ଟି କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ସ୍କୁଟରରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ହାଇଟେକ୍ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଗତକାଲି ତାଙ୍କର ବ୍ରେନ୍ ଡେଡ୍ ହୋଇ ମୃତ୍ୟୁ ଘଟିଥିଲା । ବେନ୍ ଡେଡ୍ ପରେ ରାଜଲକ୍ଷ୍ମୀଙ୍କ ପରିବାର ଲୋକେ ଅଙ୍ଗଦାନ କରିଥିଲେ ।

Get real time updates directly on you device, subscribe now.