fbpx

(See Video) ୮ ହଜାର ଦର୍ଶକ ଦେଖୁଥିଲେ ଫୁଟବଲ ମ୍ୟାଚ: ହଠାତ୍ ଭୁଶୁଡ଼ିଲା ଅସ୍ଥାୟୀ ଗ୍ୟାଲେରୀ: ୧୫ ଗୁରୁତର, ୨୦୦ ଆହତ

ନୂଆଦିଲ୍ଲୀ: ରାତି ୯ଟା ସମୟରେ ଏକ ବଡ଼ ପଡ଼ିଆରେ ଫୁଟବାଲ ମ୍ୟାଚ ଚାଲିଥିଲା । ହଠାତ୍ ପଡ଼ିଆ ମଧ୍ୟରେ ଥିବା ଅସ୍ଥାୟୀ ଦର୍ଶକ ଗ୍ୟାଲେରି ଭାଙ୍ଗି ତଳକୁ ଖସି ପଡ଼ିଥିଲା । ଏହି ଘଟଣାରେ ପାଖାପାଖି ୨୦୦ ଲୋକ ଆହତ ହୋଇଥିବା ବେଳେ ୧୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଅଘଟଣରେ ଅନେକ ଛୋଟ ପିଲା ମଧ୍ୟ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଏବେ ଚିକିତ୍ସିତ ହେଉଥିବା ବେଳେ ଅନେକଙ୍କୁ ଘରକୁ ପଠାଇ ଦିଆଯାଇଛି ।

ରିପୋର୍ଟ ମୁତାବକ, କେରଳରେ ଏକ ଲୋକାଲ ଫୁଟବଲ ମ୍ୟାଚ ସମୟରେ ଏହି ଅଘଟଣ ଘଟିଥିଲା । କଲିକାବୁର ପୁଙ୍ଗାଡ଼େ ସ୍ଥିତ ଏଲପି ସ୍କୁଲ ଗ୍ରାଉଣ୍ଡରେ ଅଲ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଚାଲିଥିଲା । ଉକ୍ତ ମୁକାବିଲା ମଲ୍ଲପୁରମ ଜିଲ୍ଲାର ଏକ ଉଚ୍ଚକୋଟୀର ମ୍ୟାଚ ହୋଇଥିବାରୁ କ୍ଷମତାଠାରୁ ଅଧିକ ସଂଖ୍ୟାରେ ଦର୍ଶକ ଉପଭୋଗ କରୁଥିଲେ । ମ୍ୟାଚକୁ ପାଖାପାଖି ୮ ହଜାର ଲୋକ ଦେଖୁଥିବା ବେଳେ ରାତି ପ୍ରାୟ ୯ଟା ସମୟରେ ହଠାତ୍ ଏହି ବିପତ୍ତି ମାଡ଼ି ଆସିଥିଲା ।

Get real time updates directly on you device, subscribe now.