fbpx

କୋଭାକ୍ସିନ ଟିକାକୁ ଗ୍ରୀନ ସିଗନାଲ ଦେଲା ବ୍ରିଟେନ୍, ଏଣିକି ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ଲଣ୍ଡନ: କୋଭାକ୍ସିନ ଟିକାକୁ ମାନ୍ୟତା ପ୍ରଦାନ କରିଛନ୍ତି ବ୍ରିଟେନ ସରକାର । ତେଣୁ କୋଭାକ୍ସିନ ଟିକା ନେଇଥିବା ବିଦେଶୀ ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ । ପୂର୍ବରୁ ବ୍ରିଟେନ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଥିବାରୁ ସେଠାକୁ ପାଠପଢ଼ିବା ପାଇଁ ଯିବାକୁ ଥିବା ଶିକ୍ଷାର୍ଥୀମାନେ ଚିନ୍ତାରେ ରହିଥିଲେ । ସେହିପରି ପର୍ଯ୍ୟଟକମାନେ ବ୍ରିଟେନ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରିଥିଲେ । ତେବେ ବ୍ରିଟେନ ସରକାର ଭାରତ ଓ ଚୀନରେ ବ୍ୟବହୃତ ହେଉଥିବା କରୋନା ଟିକା ନେଇଥିବା ଲୋକଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଚୀନର ସିନୋଭାକ ବାୟୋଟେକ ଲିଃ ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକାକୁ ଅନୁମୋଦନ ମିଳିଛି । ଏହି ଦୁଇ କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ନେଇ ଏଣିକି ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ବ୍ରିଟେନକୁ ଆସିପାରିବେ ବୋଲି ବିଭାଗ କହିଛି । ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରାପ୍ତ ସମସ୍ତ ୭ଟି ଟିକାକୁ ବ୍ରିଟେନ ଗ୍ରୀନ ସିଗ୍ନାଲ ଦେଇଛି ।

Get real time updates directly on you device, subscribe now.