fbpx

ଟୁଇଟ୍ ପାଇଁ ମହିଳାଙ୍କୁ ୩୪ ବର୍ଷ ଜେଲଦଣ୍ଡ:ରଦ୍ଧ ହେଲା ଟ୍ରାଭେଲ ଲାଇସେନ୍ସ

ସାଉଦିଆରବ: ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷର ସଜା ଶୁଣାଇଛନ୍ତି କୋର୍ଟ । ତାଙ୍କର ଏହି ଦଣ୍ଡର କାରଣ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି ମହିଳାଙ୍କୁ ତାଙ୍କ ଟୁଇଟ୍ ପାଇଁ ୩୪ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ ଜେଲ୍ ଦଣ୍ଡ ପରେ ମଧ୍ୟ ୩୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ଟ୍ରାଭେଲକୁ ବ୍ୟାନ କରାଯାଇଛି ।

୩୪ ବର୍ଷ ପାଇଁ ଜେଲ୍ ଦଣ୍ଡର ସଜା ପାଇଥିବା ମହିଳା ଜଣଙ୍କ ହେଉଛନ୍ତି ସାଉଦି ଆରବର ସଲମା ଅଲ- ଶେହବାବ(Salma al-Shebab)| ସେ ନିଜ ଟୁଇଟର ଆକାଉଣ୍ଟରେ ସାଉଦି ମହିଳାମନଙ୍କ ଅଧିକାରକୁ ନେଇ ଅନେକ ଟୁଇଟ୍ ଏବଂ ରି-ଟୁଇଟ୍ କରିଥିଲେ । ଯେଉଁଥିପାଇଁ ତାଙ୍କୁ କୋର୍ଟ ପ୍ରଥମେ ୬ ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲେ । ଏହାପରେ ତାଙ୍କ ଦଣ୍ଡକୁ ବଢାଇ ୩୪ ବର୍ଷ କରିଦିଆଯାଇଛି । ସାଉଦି ସରକାର ସଲମାଙ୍କ ଉପରେ ଅଭିଯୋଗ ଆଣି ଏହା କହିଥିଲେ ଯେ ସଲମା ଟୁଇଟର ମାଧ୍ୟମରେ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଥିସହିତ ତାଙ୍କ ଟ୍ୱିଟ୍ ପାଇଁ ରାଷ୍ଟ୍ରୀୟ ସୁରକ୍ଷାର ବିପଦ ସୃଷ୍ଟି ହେଉଛି । ତେଣୁ ଏହି ଘଟଣାକୁ ନେଇ ସାଉଦି ଟେରୋରିଜିମ୍ କୋର୍ଟ ତାଙ୍କୁ ୩୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ଯେତେବେଳେ ସଲମାଙ୍କୁ ଏହି ଦଣ୍ଡ ଶୁଣାଇଥିଲେ ସେତେବେଳେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପ ଏବଂ ସୋସିଆଲ ମିଡଆ କାର୍ଯ୍ୟକଳାପକୁ ମଧ୍ୟ ଅନୁଧ୍ୟାନ କରିଥିଲେ ।

ତେବେ ସଲମା ଜେଲରେ ବନ୍ଦଥିବା କାର୍ଯ୍ୟକର୍ତ୍ତା ଲୁଜେନ୍ ଅଲ୍ ହାଥଲୁଲଙ୍କ ଭଉଣୀ ଲିନାଙ୍କ ଟୁଇଟ୍ କୁ ରି- ଟୁଇଟ୍ କରକିଥିଲେ । ଏହି ଟୁଇଟ୍ ରେ ଲିନା ତାଙ୍କ ଭଉଣୀଙ୍କ ଜାମିନ ପାଇଁ ଆବେଦନ କରିଥିଲେ । ଯାହାକୁ ସଲମା ସପୋର୍ଟ କରିଥିଲେ । ଯେଉଁ କାରଣରୁ ତାଙ୍କୁ ଏହି ଦଣ୍ଡାଦେଶ ମିଳିଛି । ଏଥି ସହିତ ସେ ଜେଲରୁ ମୁକୁଳିବା ପରେ ୩୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ଟ୍ରାଭେଲ ଲାଇସେନ୍ସକୁ ମଧ୍ୟ ରଦ୍ଧ କରାଯାଇଛି ।

Get real time updates directly on you device, subscribe now.