fbpx

ବାଂଲାଦେଶ ସିରିଜ ହେବ ଶେଷ ସୁଯୋଗ, ଫେଲ୍ ମାରିଲେ ଟିମ୍ ଇଣ୍ଡିଆରୁ ଋଷଭଙ୍କ ଛୁଟି

ନୂଅଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ରହିଛି । ଏହି ଗସ୍ତରେ ଭାରତ ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଦିନିକିଆ ମ୍ୟାଚ୍‌ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ଦିନିକିଆ ଡିସେମ୍ବର ୪ ତରିଖରେ ମୀରପୁରରେ ଖେଳାଯିବ। ବାଂଲାଦେଶ ଗସ୍ତରେ ସମସ୍ତଙ୍କ ନଜର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ । କାରଣ ସିମିତ ଓଭରରେ ଲମ୍ବା ସମୟ ଧରି ସେ ନିଜର ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି ।

ବାଂଲାଦେଶ ଭାରତଠାରୁ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ଋଷଭ ପନ୍ତଙ୍କ ଲାଗି ଏହି ଗସ୍ତ ବେଶ୍ ଗୁରୁତ୍ୱ ରଖୁଛି । ନିକଟରେ ଶେଷ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ମଧ୍ୟ ଋଷଭ ମସସ୍ତଙ୍କୁ ନିରାଶ କରିଥିଲେ । ଏହି ଗସ୍ତରେ ସେ ମାତ୍ର ୨୫ ରନ୍ କରିପାରିଥିଲେ । ଏହାରି ମଧ୍ୟରେ ନିଜର ଫର୍ମକୁ ନେଇ ଋଷଭ ମଧ୍ୟ ଖୁବ୍ ଚାପରେ ଥିବା ଜଣାପଡ଼ିଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ସିମିତ ଓଭରରେ ନିଜର ରେକର୍ଡ ଖରାପ ନଥିବା ଋଷଭ କହିଥିଲେ, ‘ବର୍ତ୍ତମାନ ସେ କେବଳ ୨୫ ବର୍ଷର । ପନ୍ତ ଆଗକୁ ଏହା ମଧ୍ୟ କହିଥିଲେ ଯେ, ୩୦-୩୨ ବର୍ଷ ହେବା ପରେ ତାଙ୍କର ପ୍ରଦର୍ଶନକୁ ତୁଳନା କରିବା କଥା।’

ଏଥିରୁ ପନ୍ତ ତାଙ୍କର ଫର୍ମକୁ ନେଇ ଚାପରେ ଥିବା ଜଣାପଡ଼ିଥିଲା । ଅନ୍ୟପଟେ ଋଷଭ ପନ୍ତ ଟିମ୍‌ରେ ରହିବାରୁ ସଞ୍ଜୁ ସାମସନ୍‌, ଇଶାନ୍ କିଶାନଙ୍କ ଭଳି ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଧିକ ସୁଯୋଗ ମିଳିପାରୁ ନାହିଁ । ଏବଳି ସ୍ଥିତିରେ ଯଦି ବାଂଲାଦେଶ ଗସ୍ତରେ ମଧ୍ୟ ଋଷଭ ଖରାପ ପ୍ରଦର୍ଶନ କରନ୍ତି, ତେବେ ଚୟନକର୍ତ୍ତା ତାଙ୍କର ବିକଳ୍ପ ବିଷୟରେ ଚିନ୍ତା କରି ପାରନ୍ତି । ଅର୍ଥାତ୍ ଖରାପ ପ୍ରଦର୍ଶନ ଆଧାରରେ ଋଷଭ ପନ୍ତଙ୍କୁ ଟି-୨୦ ଏବଂ ଦିନିକିଆ ସିରିଜରୁ ଛୁଟି ମିଳିପାରେ ।

 

Get real time updates directly on you device, subscribe now.