fbpx

‘ଭାରତକୁ ଅପମାନିତ କରି ଚୀନ୍‌ର ପ୍ରଶଂସା …’, ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭା ଠପ ରହିଛି। ଏହାରି ମଧ୍ୟରେ ସରକାରୀ ଦଳ ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ବିଦେଶ ମନ୍ତ୍ରୀ ଏସ୍. ଜୟସଙ୍କର ଇଣ୍ଡିଆ ଟୁଡେ କନକ୍ଲେଭ୍‌ରେ ଏହିପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶୀ ମାଟି ଯାଇ ଚୀନ୍‌ର ପ୍ରଶଂସା କରିଛନ୍ତି ଏବଂ ଭାରତକୁ ନିଚା ଦେଖାଇବାକୁ ଚେଷ୍ଟା କରିଛନ୍ତି ।

କେମ୍ବ୍ରିଜରେ ଚୀନ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ଜଣେ ଭାରତୀୟ ହିସାବରେ ଯେତେବେଳେ ସେ ଭାରତକୁ ନିଚା ଦେଖାଇ ଚୀନ୍‌ର ପ୍ରଶଂସା କରନ୍ତି, ସେତେବେଳେ ସେ ଅତ୍ୟନ୍ତ ଦୁଃଖ ଅନୁଭବ କରନ୍ତି । ଜୟଶଙ୍କର କହିଛନ୍ତି, ‘ଯେତେବେଳେ ରାହୁଲ ଗାନ୍ଧୀ ଚୀନ୍ ବିଷୟରେ କହୁଥିଲେ, ତାଙ୍କ ମନରେ ଚୀନ୍ ପାଇଁ ସଦଭାବ ଏବଂ ଭାରତ ପାଇଁ ଅସନ୍ତୋଷ ଥିଲା । ଚୀନ୍‌କୁ ପ୍ରଶଂସା କରିବାବେଳେ ସେ କହିଥିଲେ ଯେ ଚୀନ୍ କିପରି ସବୁଠୁ ବଡ ଉତ୍ପାଦକ ହୋଇପାରିଛି ଏବଂ ଏହା ମଧ୍ୟ ସତ ।

କିନ୍ତୁ ଯେତେବେଳେ ଭାରତରେ ଉତ୍ପାଦନ କଥା ଆସେ, ସେମାନେ ଏହାକୁ ସମସ୍ତ ଉପାୟରେ ହ୍ରାସ କରିବାକୁ ଚେଷ୍ଟା କଲେ । ସେ କହିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ସଫଳ ହୋଇନାହିଁ । ଆମେ ଯେତେବେଳେ କୋଭାକ୍ସିନ୍ ତିଆରି କରିଥିଲୁ, ସେ ସମୟରେ କଂଗ୍ରେସ କହିଥିଲା ଯେ କୋଭାକ୍ସିନ୍ କାମ କରୁନାହିଁ । ତେବେ ‘ଅନ୍ୟ ଦେଶକୁ ପ୍ରଶଂସା କରିବା ବେଳେ, ନିଜ ଦେଶକୁ ନିଚା ନଦେଖାଇବାକୁ ସେ କହିଥିଲେ।’

Get real time updates directly on you device, subscribe now.