fbpx

ଭାରତକୁ ବିଜୟୀ କରାଇବା ମୋ ପାଇଁ ବଡ ଦାୟିତ୍ୱ: ଧାୱନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଓପନର ଶିଖର ଧାୱନ କହିଛନ୍ତି ଯେ ଜାତୀୟ ଦଳର ନେତୃତ୍ୱ ନେବା ଦାୟିତ୍ୱ ମୋତେ ଦିଆଇ ଥିବାରୁ ଅତ୍ୟନ୍ତ ଖୁସି ଓ ଗୌରବ ମନେ କରୁଛି । ତେଣୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଭାରତକୁ ବିଜୟୀ କରାଇବା ମୋ ପାଇଁ ବଡ ଦାୟିତ୍ୱ । ଏହାକୁ କିପରି ସଠିକ ଭାବେ ତୁଲାଇବି ,ସେଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ଚଳାଇଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ବର୍ତ୍ତମାନ କୋହଲିଙ୍କ ସମେତ ସମସ୍ତ ସିନିୟର ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି । ତେଣୁ ସେମାନଙ୍କ ଅନୁପସ୍ଥିତିରେ ଏକାଧିକ ନବାଗତ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି । ତେବେ ବିସିସିଆଇ ଚୟନକର୍ତ୍ତା ମୋ ଉପରେ ଅଖଣ୍ଡ ବିଶ୍ୱାସ ଓ ଆସ୍ଥା ରଖି ନେତୃତ୍ୱ ଦାୟିତ୍ୱ ଦେଇଥିବାରୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି ।

ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳର ଅଧିନାୟକ ଭାବେ ଓପନର ଶିଖର ଧାୱନଙ୍କୁ ମନୋନୀତ କରାଯାଇଛି । ଉଭୟ ଦିନିକିଆ ଓ ଟି-୨୦ ସିରିଜ ପାଇଁ ୨୦ ଜଣ ଖେଳାଳିଙ୍କୁ ଚୟନ କରା ଯାଇଛି । ଆସନ୍ତା ଜୁଲାଇ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବେ । ଦୁଇ ଦେଶ ମଧ୍ୟରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଅନୁଷ୍ଠିତ ହେବ । ସଂପ୍ରତି ଭାରତୀୟ ଟେଷ୍ଟ
ଦଳ ନ୍ୟୁଜିଲାଣ୍ଡ ବି କ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଅଛନ୍ତି ।

ତେଣୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଧାୱନଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠନ କରା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଚଳିତ ବର୍ଷ ଭାରତ ଟି-୨୦ ବିଶ୍ୱକପ ଆୟୋଜନ କରିବା ପାଇଁ ଥିବା ବେଳେ ଏକ ଦକ୍ଷ ଦଳ ଗଠନ ନେଇ ବିସିସିଆଇ ଗୁରୁତ୍ୱ ଦେଉଛି । ସେହି ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସଫଳ ଖେଳାଳିଙ୍କ ଉପରେ ନଜର ରଖିବେ ଚୟନକର୍ତ୍ତା ।

ତେବେ ଆଇପିଏଲରେ ଲଗାତର ଭଲ ପ୍ରଦର୍ଶନ କରି ଆସୁଥିବା ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷର ଆଇପିଏଲରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପାଇଁ ଆଖିଦୃଶିଆ ପ୍ରଦର୍ଶନ କରିଥିବା ଓପନର ଦେବଦତ୍ତ ପାଡିକଲ, ପେସ୍‌ ବୋଲର ଚେତନ ସାକାରିଆଙ୍କ ସହିତ ନୀତିଶ ରାଣା, କ୍ରିଷ୍ଣାମା ଗୋଥମ, ଋତୁରାଜ ଗାଏକ୍ୱାଡ୍‌ ଓ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଅନ୍ୟତମ ଓପନର ପୃଥ୍ୱୀ’ଶ ଓ ମନିଷ ପାଣ୍ଡେ, ଆଉଟ ଅଫ୍‌ ଫର୍ମ ସ୍ପିନର କୁଳଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ପାଣ୍ଡ୍ୟା ଭାତୃ ଦ୍ୱୟ ହାର୍ଦ୍ଦିକ ଓ କୃନାଲ, ୱିକେଟ କିର -ବ୍ୟାଟ୍ସମ୍ୟାନ ଇଶାନ କିଶାନ ଏବଂ ସଞ୍ଜୁ ସାମସନ ପ୍ରମୁଖ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ମନୋନୀତ ହୋଇଛନ୍ତି ।

ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଘାତପ୍ରାପ୍ତ ହୋଇଥିବା ଶ୍ରେୟସ ଆୟାର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନଥିବାରୁ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ଅଧିନାୟକ ଓ ଅଭିଜ୍ଞ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ- ଅଧିନାୟକ ନିଯୁକ୍ତ କରା ଯାଇଛି । ଏହି ସିରିଜର ସମସ୍ତ ମ୍ୟାଚ୍‌ କଲୋମ୍ବୋ ସ୍ଥିତ୍‌ ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଜୁଲାଇ ୧୩ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ଭାରତୀୟ ଦଳ- ଶିଖର ଧାୱନ, ପୃଥ୍ୱୀ’ଶ, ଦେବଦତ୍ତ ପାଡିକଲ, ଋତୁରାଜେ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନିଷ ପାଣ୍ଡେ, ନୀତିଶ ରାଣା, ଇଶାନ କିଶାନ, ସଜ୍ଞୁ
ସାମସନ (ୱିକେଟ କିର),ଯୁଜଭେନ୍ଦ୍ର ଚହଲ ,ରାହୁଲ ଚହର, କେ ଗୋଥାମ, କୃନାଲ ପାଣ୍ଡ୍ୟା ,ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର,ଦୀପକ ଚହର, ନବଦୀପ ସାଇନ, ଚେତନ ସାକାରିୟା । ନେଟ ବୋଲର-ଇଶାନ ପୋରେଲ, ସନ୍ଦି ୱାରିୟର,ଆର୍ଶଦୀପ ସିଂ, ସାଇ କିଶୋର, ସିମରଜିତ ସିଂ ।

Get real time updates directly on you device, subscribe now.