fbpx

ଭାରତରେ ବ୍ୟାନ ହେଲା VLC Media player! ବ୍ଲକ ହେଲା ୱେବସାଇଟ୍ ଓ ଡାଉନଲୋଡ ଲିଙ୍କ

ନୂଆଦିଲ୍ଲୀ: ଭାରତରେ କାମ କରିବ ନାହିଁ ପ୍ରସିଦ୍ଧ ମିଡିଆ ପ୍ଲେୟର ସଫ୍ଟୱେର୍ ଆଣ୍ଡ ଷ୍ଟ୍ରିମିଂ ମିଡିଆ ସର୍ଭର VLC ମିଡିଆ ପ୍ଲେୟର । ଏହାକୁ ଭାରତ ରେ ବ୍ୟାନ କରାଯାଇଛି । ତେବେ ଭାରତ ସରକାର ଅନେକ ଆପ୍ କୁ ଭରତରେ ବ୍ୟାନ କରିଥିବା ବେଳେ ବର୍ତ୍ତମାନ ହେଲା VLC Media player ବ୍ୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଛି ମିଡିଆ ରିପୋର୍ଟ ଅନୁଯାୟୀ ଭାରତରେ ପାଖାପାଖି ୨ ମାସ ପୂର୍ବରୁ VideoLAN ପ୍ରୋଜେକ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା VLC player କୁ ବ୍ଲକ କରି ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ଭାରତ ସରକାର କିମ୍ବା କମ୍ପାନୀ କୌଣସି ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି । ତେବେ କିଛି ରିପୋର୍ଟରୁ ଏହା ସାମ୍ନାକୁ ଆସିଛି ଯେ ଆଇଟି (IT) ଆକ୍ଟ ୨୦୦୦ ଅନୁଯାୟୀ ଭାରତ ସରକାର ଏହାକୁ ବ୍ୟାନ କରିଛନ୍ତି । VLC Media player ୱେବସାଇଟ୍ ଖୋଲିବା ଦ୍ୱାରା ଆଇଟି (IT) ଆକ୍ଟ ଦ୍ୱାରା ଏହାକୁ ବ୍ୟାନ କରାଯିବାର ମେସେଜ ଦେଖାଯାଉଛି । ତେବେ ଏହାର ଅର୍ଥ ହେଉଛି ଯେ ଭାରତରେ କେହି ବି କୌଣସି କାମ ପାଇଁ ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ନାହିଁ । ଭୋଡାଫୋନ, ଆଇଡିଆ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରମୁଖ ISP ଉପରେ VLC Media player କୁ ବ୍ଲକ କରାଯାଇଛି ।

ଭାରତ ସରକାର ପୂର୍ବରୁ ଅନେକ ଚାଇନା ଆପକୁ ଭାରତ ରେ ବ୍ୟାନ କରିଛନ୍ତି । ଯେଉଁଥିରେ ଟିକଟକ, ପବଜି, ୟୁସି ବ୍ରାଉଜର ଭଳି ଅନେକ ଆପ ରହିଛି । ଭାରତ ଏହି ଆପକୁ ବ୍ୟାନ କରିବାର କରଣ ହେଉଛି ଯେ ଏହି ଆପ୍ ଗୁଡିକ ଚିନକୁ ୟୁଜର୍ସମାନଙ୍କ ଡାଟା ପ୍ରେରଣ କରୁଥିଲା । ତେବେ VLC Media player ଚିନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ଏହାକୁ ଭାରତରେ ବ୍ୟାନ କରାଯାଇଛି ।

Get real time updates directly on you device, subscribe now.