fbpx

ମୁଣ୍ଡ ଟେକୁଛି କରୋନା, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୮ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୩୮ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୪୬୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ,ବାଲେଶ୍ୱରରୁ ୧୨ଜଣ,ବରଗଡ ଜିଲ୍ଳାରୁ ୧୭ଜଣ,ଭଦ୍ରକ ଜିଲ୍ଲାରୁ୧୨ ଜଣ,ବଲାଙ୍ଗୀର ରୁ ୨୮ଜଣ,ବୌଦ୍ଧରୁ ୬ଜଣ,କଟକରୁ ୩୮ଜଣ,ଦେଓଗଡରୁ ୯ଜଣ, ଢ଼େଙ୍କାନାଳରୁ୨ଜଣ,ଗଜପତିରୁ ୫ଟି,ଗଞ୍ଜାମରୁ୬ଜଣ, ଜଗତସିଂପୁରର ୫ଜଣ, ଯାଜପୁରରୁ ୧୦ଜଣ, ଝାଡସୁଗୁଡାରୁ ୬ଜଣ,କଳାହାଣ୍ଡିରୁ ୩୬ଜଣ,କନ୍ଧମାଳରୁ ୧୫ଜଣ, କେନ୍ଦ୍ରାପଡାରୁ ୫ଜଣ,ଖୋର୍ଦ୍ଧାରୁ ୧୪୦ଜଣ,କୋରାପୁଟରୁ ୧୬ଜଣ,ମୟୁରଭଞ୍ଜରୁ୫୯ଜଣ,ନବରଙ୍ଗପୁରର୧୧ ଜଣ,ନୟାଗଡରୁ ୮ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ନୂଆପଡାରୁ୧୬ଜଣ,ପୁରୀରୁ ୨ଜଣ, ରାୟଗଡାରୁ ୧୦ଜଣ,ସମ୍ବଲପୁରର ୪୧ଜଣ, ସୋନପୁରର୨୦ଜଣ,ସୁନ୍ଦରଗଡରୁ ୧୭୬ଜଣ , ଷ୍ଟେଟପୁଲରୁ ୨୭ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୬୬୧୬ଟି ଆକ୍ଟିଭ କେସ ରହିଥିବା ବେଳେ ୧୨୯୮୮୭୨ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୬୮୧୦୭୮ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.