fbpx

ସଂସଦରେ କଟକର ସ୍ୱର; ପ୍ରଥମ ଥର ପାଇଁ ୨ ଯୋଡା ବେଙ୍ଗାଲୁରୁ ଟ୍ରେନ୍‌ କଟକ ଦେଇ ଯାତାୟତ କରିବାକୁ ନିଷ୍ପତ୍ତି

କଟକ (ଭାସ୍କର ନ୍ୟୁଜ୍‌): ଦୀର୍ଘବର୍ଷ ହେବ କଟକ ଦେଇ ଦେଶର ପ୍ରମୁଖ ସୁପରଫାଷ୍ଟ ଟ୍ରେନ୍‌ ଚଳାଚଳ କରୁନଥିଲା କିମ୍ବା ରହଣି କଟକ ଷ୍ଟେସନ୍‌ରେ ନଥିଲା । ଯାହା ଫଳରେ ୧୦ଗୋଟି ଜିଲ୍ଲାର ଛାତ୍ର-ଛାତ୍ରୀ, ଶ୍ରମଜୀବି ଲୋକ ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିଲେ । ବିଶେଷକରି ବାଙ୍ଗାଲୋରକୁ ଲକ୍ଷାଧିକ ପାଇପ୍‌ ମିସ୍ତ୍ରୀ ଓ ଶ୍ରମିକ ଏବଂ ଛାତ୍ର-ଛାତ୍ରୀ ମାନେ ଯାତାୟତ କରିଥାନ୍ତି । ଚିକିତ୍ସା ପାଇଁ ମଧ୍ୟ ଅନେକ ଲୋକ ଯାଇଥାନ୍ତି।ଏହି ସମୟରେ ଅନେକ ଅସୁବିଧାର ସମୁଖିନ ହେଉଥିଲେ ।

ବାଙ୍ଗାଲୋର ଓ ଅହମଦାବାଦ ଭଳି ଦେଶର ପ୍ରମୁଖ ସହରକୁ ଯିବାକୁ ହେଲେ ଗୋଟିଏ ଦିନ ଆଗରୁ ଭୁବନେଶ୍ୱର ଯାଇ ଅପେକ୍ଷା କରିବାକୁ ପଡୁଥିଲା । ସାଂସଦ ସୁବାସ ସିଂହ ସଂସଦ ଅଧିବେଶନ ୧୯ ମାର୍ଚ୍ଚ ୨୦୨୧ ଶୂନ୍ୟକାଳରେ ଅଂଶଗ୍ରହଣ କରି କଟକ ରେଳଷ୍ଟେସନ୍‌ ଦେଇ କୌଣସି ସୁପରଫାଷ୍ଟ୍‌ ଟ୍ରେନ୍‌ ଯାଉନାହିଁ ଏବଂ ଦେଶର ପ୍ରମୁଖ ସ୍ଥାନ ବାଙ୍ଗାଲୋର ଓ ଅହମ୍ମଦାବାଦକୁ ଯାଉଥିବା ଟ୍ରେନ୍‌ ଗୁଡିକ କଟକ ଷ୍ଟେସନ୍‌ରେ ରହଣି ନାହିଁ ବୋଲି ଉଦ୍‌ବେଗ ପ୍ରକାଶ କରିବା ସହିତ କଟକ ଦେଇ ରେଳ ଚଳାଚଳ ଓ ଷ୍ଟେସନ୍‌ ନବିକରଣ ଏବଂ ପ୍ରମୁଖ ଟ୍ରେନ୍‌ ଗୁଡିକୁ କଟକରେ ରହଣି ପାଇଁ ଦାବି କରିଥିଲେ ।

କଟକର ସ୍ୱର ସଂସଦରେ ଉଠିବା ପରେ ରେଳ ବିଭାଗ ତରଫରୁ ଗତ ୨୨ ତାରିଖ ଦିନ ଅଗରତାଲା ବାଙ୍ଗାଲୋର କ୍ୟାଣ୍ଟ୍‌ ସ୍ପେଶାଲ୍‌ ଓ ଟ୍ରେନ୍‌ ନଂ- ୦୫୪୮୭ ବାଙ୍ଗାଲୋର କ୍ୟାଣ୍ଟ୍‌ ଅଗରତାଲା ସ୍ପେଷାଲ୍‌ ନାମକ ୨ଟି ସ୍ୱତନ୍ତ୍ର ଟ୍ରେନ୍‌କୁ ଆସନ୍ତା ୩୧ ତାରିଖ ଠାରୁ କଟକରେ ରହଣିଥାଇ ଯାତାୟତ କରିବା ପାଇଁ ଅନୁମତି ଦିଆଯାଇଛି । ଏହା ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ଯାତାୟତ କରିବକୁ ରେଳ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଫଳରେ ଓଡିଶାର ପ୍ରମୁଖ ସହର କଟକ ସହିତ ଅଗରତାଲା, ଗୈହାଟି, ଖଡଗପୁର ଭିଜୟନଗରମ୍‌, ବିଶାଖାପାଟନା, ଭିଜୟବାଡା ଓ ବାଙ୍ଗାଲୋର ଭଳି ଦେଶର ପ୍ରମୁଖ ସହର ଗୁଡିକୁ ସଂଯୋଗ ହୋଇପାରିବ । ଏଥିପାଇଁ ସାଂସଦ ସୁବାସ ସିଂହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଟକ ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.