fbpx

୩୦ ହଜାରରେ କିଣିପାରିବେ iPhone 12 Mini, ଏମିତି ନେଇପାରିବେ ଅଫରର ଲାଭ

iPhone 12 Mini କିଣିବାକୁ ଚାହୁଛନ୍ତି ତାହେଲେ ଆପଣଙ୍କ ପାଖରେ ଭଲ ସୁଯୋଗ ଅଛି । ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ୭ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ସେଲ୍ ଚାଲୁ ହୋଇଛି । ଏହି ସେଲରେ ଆପଣଙ୍କୁ ଆଇଫୋନ ୧୨ ମିନି ଶସ୍ତାରେ କିଣିପାରିବେ ।

ଫ୍ଲିପକାର୍ଟର ଏହି ସେଲରେ ଆଇଫୋନ ୧୨ ମିନି ର ୬୪ ଜିବି ବେସ ଭ୍ୟାରିଏଣ୍ଟକୁ ଶସ୍ତାରେ କିଣିପାରିବେ, ସେଲରେ ଏହା ୪୪,୯୯୯ ଟଙ୍କାରେ ବିକ୍ରି କରାଯାଉଛି । ଏହାର ପ୍ରକୃତ ଦାମ୍ ୫୯,୯୦୦ ଟଙ୍କା ରହିଛି । ଏହା ଉପରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।

ଏକ୍ସଚେଞ୍ଜ ଅଫରରେ ଆପଣଙ୍କୁ ୧୦ ହଜାର ୫୦ ପର୍ଯ୍ୟନ୍ତ କମରେ କିଣିପାରିବେ । ଅର୍ଥାତ୍ ୪୪,୯୯୯ ଟଙ୍କା ବଦଳରେ ୩୪,୯୪୯ ଟଙ୍କାରେ ମଧ୍ୟ କଣିପାରିବେ । ଏହା ସହ ପ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫% କ୍ୟାସବ୍ୟାକ, ଫ୍ଲିପକାର୍ଟ ପେ ଲେଟର ଭଳି ଅଫର ରହିଛି । ଯାହାଦ୍ୱାରା ଫୋନକୁ ୩୦ ହଜାର ଟଙ୍କାରେ କିଣିପାରିବେ ।

ଆଇଫୋନ ୧୨ ମିନି କହିଲେ ଏହା ଏକ ଭଲ ସ୍ମାର୍ଟଫୋନ ଅଟେ । ବଢ଼ିଆ ପ୍ରୋସେସର, କମ୍ପାକ୍ଟ ଡିଜାଇନ ଏବଂ ଲୁକ୍ ମଧ୍ୟ ସୁନ୍ଦର ରହିଛି । ଫୋନରେ ୫.୪ ଇଞ୍ଚ ଡିସପ୍ଲେ, ଡୁଆଲ କ୍ୟାମେରା ଦିଆଯାଇଛି । ୫ଜି ସପୋର୍ଟ ମଧ୍ୟ ରହିଛି । ଫେସ୍ ଆଇଡି ଭଳି ଅନ୍ୟାନ୍ୟ ଫିଚର ମଧ୍ୟ ରହିଛି ।

Get real time updates directly on you device, subscribe now.