fbpx

ଭୁବନେଶ୍ୱରରେ ୧.୪% ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି: ସେରୋ ସର୍ଭେ

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଆଣ୍ଟିବଡ଼ି ହେଉଛି ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧ ଶକ୍ତି । ୧.୪ ପ୍ରତିଶତ ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇ ଯାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେରୁ ଏହା ଜଣାପଡ଼ିଛି । ହାଇ ରିସ୍କ ଗ୍ରୁପରେ ମଧ୍ୟ କରାଯାଇଥିବା ସର୍ଭେରୁ ଏହି ସମାନ ରିପୋର୍ଟ ଆସିଛି ।

ଏହାପରେ ଅଗଷ୍ଟ ୧୬ରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହେବ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ଜୁଲାଇର ସ୍ଥିତି ବିଷୟରେ ଜଣାପଡ଼ିବ । ପ୍ରଥମ ପର୍ଯ୍ୟାୟ ସର୍ଭେରେ ଜୁନ ମାସର ସ୍ଥିତି ଜଣାପଡ଼ିଥିଲା । ସେହିପରି ଆଜି ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଆସନ୍ତା ୬ରୁ କଟକ, ବଡ଼ମ୍ବା ଓ ନରସିଂହପୁରରୁ ସେରୋ ସର୍ଭେ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.