fbpx

ଓଡିଶାରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ, ୧୮ରୁ ୪୪ ବର୍ଗର ଲୋକଙ୍କୁ ଦିଆଯିବ ଏହି ଟିକା

ଭୁବନେଶ୍ୱର, ୦୮ । ୦୫ (ଓଡ଼ିଶା ଭାସ୍କର)  : ଓଡିଶାରେ ଆଜି ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଏହି ଟିକାକୁ ୧୮ ରୁ ୪୪ ବର୍ଷ ବର୍ଗର ଲୋକ ମାନଙ୍କୁ ଦିଆଯିବ । ଶନିବାର ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆସିଥିବା ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛି । ଏହା ପୁର୍ବରୁ ଏପ୍ରିଲ୍ ୩୦ ତାରିଖରେ ଓଡିଶାକୁ ଆସିଥିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା । ଏହାକୁ ମଧ୍ୟ ୧୮ ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଦିଆଯାଇଥିଲା । ସୁଚନାଯୋଗ୍ୟ, ମେ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ମାଗଣା ଟିକା ଦେବା ନେଇ ଘୋଷଣା କରିଥିଲେ ।

Get real time updates directly on you device, subscribe now.