ଉତ୍କଟ ହେବ ଶରଣାର୍ଥୀ ସମସ୍ୟା: ସପ୍ତାହରେ ଦେଶ ଛାଡିଲେଣି ୧୦ ଲକ୍ଷ ୟୁକ୍ରେନ ବାସୀ

ନୂଆଦିଲ୍ଳୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ।  ତେବେ ଯୁଦ୍ଧର ଭୟାବହତାକୁ ଦେଖି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜଣାଯାଇଛି ।  ଜାତିସଂଘ ରିପୋର୍ଟ ଅନୁସାରେ ୭ ଦିନରେ ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡିଛନ୍ତି । ସେମାନେ ଦେଶ ଛାଡ଼ି ପଡେ଼ାଶୀ ଦେଶଗୁଡ଼ିକୁ ପଳାୟନ କରିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଆଗକୁ ଶରଣାର୍ଥୀ ସମସ୍ୟା ଉତ୍କଟ ହୋଇପାରେ ।  ପ୍ରାୟ ୪୦ ଲକ୍ଷ ନାଗରିକ ଦେଶ ଛାଡ଼ି ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ  ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରୁଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ରୁଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ ବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ରୁଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ରୁଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖରାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।