fbpx

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର କୋଟି

ବଲାଙ୍ଗୀର, (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୭ କୋଟି ଟଙ୍କା ମଂଜୁର କରିଛନ୍ତି । ଏହାଦ୍ୱାରା ଜିଲ୍ଲାର ଜଳସେଚନ ଓ ପାନୀୟ ଜଳ ସଂକଟ ଦୂର ହୋଇପାରିବ ।

ଏ ନେଇ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବଲାଙ୍ଗୀର ମାଗୁରବେଡ଼ାସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଦ୍ୱାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୯୯୮ କୋଟି, ୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ପାଇଁ ୮ କୋଟି ୯୨ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

Get real time updates directly on you device, subscribe now.