fbpx

ବିଶ୍ୱର ୧୦ ଦେଶ ଯେଉଁଠାରେ ଅଛନ୍ତି ସବୁଠୁ ଅଧିକ ସ୍ମାର୍ଟଫୋନ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ଏକ ଅତି ଜରୁରୀ ଉପକରଣ ହୋଇଯାଇଛି । ଫୋନ କରିବାଠାରୁ ନେଇ ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟ ସବୁକିଛି ଅତି ସହଜରେ ଏହାଦ୍ୱାରା କରାଯାଇପାରୁଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବରେ ଲାଗିଛି । ତେବେ କ’ଣ ଆପଣଙ୍କୁ ଜଣା ଅଛି କେଉଁ ଦେଶରେ ସବୁଠୁ ଅଧିକ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି? ଜାଣନ୍ତୁ ଷ୍ଟାଟିଷ୍ଟା ପକ୍ଷରୁ ମେ ୨୦୨୧ରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ କେଉଁ ଦେଶରେ ସବୁଠୁ ଅଧିକ ସ୍ମାର୍ଟଫୋନ ବ୍ୟବହାରକାରୀ ରହିଛନ୍ତି ।

ଚୀନ:
ରିପୋର୍ଟ ଅନୁଯାୟୀ ଚୀନରେ ୯୧.୧୯୨ କୋଟି ଅର୍ଥାତ୍ ଜନସଂଖ୍ୟାର ପ୍ରାୟ ୬୫.୨୩ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ଭାରତ:
ଭାରତରେ ୪୩.୯୪୨ କୋଟି ଅର୍ଥାତ୍ ଜନସଂଖ୍ୟାର ପ୍ରାୟ ୩୨.୧୬୮ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ଆମେରିକା:
ଆମେରିକାରେ ଜନସଂଖ୍ୟାର ପ୍ରାୟ ୮୨.୩୨ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ଇଣ୍ଡୋନେସିଆ: ଏଠାରେ ଜନସଂଖ୍ୟାର ପ୍ରାୟ ୫୯.୨୧ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ବ୍ରାଜିଲ: ବ୍ରାଜିଲ ଜନସଂଖ୍ୟାର ପ୍ରାୟ ୫୧.୮୨ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ଋଷ: ୯.୯୯୩ କୋଟି ଅର୍ଥାତ୍ ଜନସଂଖ୍ୟାର ପ୍ରାୟ ୬୯.୨ ପ୍ରତିଶତ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ।

ଜାପାନ: ଏଠାରେ ସ୍ମାର୍ଟଫୋନ ବ୍ୟବହାକାରୀଙ୍କ ସଂଖ୍ୟା ରହିଛି ୭.୫୭୭ କୋଟି, ଅର୍ଥାତ ଜନସଂଖ୍ୟାର ପ୍ରାୟ ୫୯.୯୯ ପ୍ରତିଶତ ।

ମେକ୍ସିକୋ: ୭.୦୧୪ କୋଟି, ଜନସଂଖ୍ୟାର ପ୍ରାୟ ୫୪.୯୭ ପ୍ରତିଶତ ।

ଜର୍ମାନୀ: ୬.୫୨୪ କୋଟି ଅର୍ଥାତ ଜନସଂଖ୍ୟାର ପ୍ରାୟ ୭୮.୬ ପ୍ରତିଶତ ।

ଭିଏତନାମ: ୬.୧୩୭ କୋଟି ଅର୍ଥାତ ଜନସଂଖ୍ୟାର ପ୍ରାୟ ୬୩.୬୨ ପ୍ରତିଶତ ଲୋକ ବ୍ୟବହାର କରୁଛନ୍ତି ।

Get real time updates directly on you device, subscribe now.