fbpx

‘ଓମିକ୍ରନ୍’ ଭୟ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ବିଦେଶୀ ହେଲେ ଗାୟବ୍, ଫୋନ୍ ବି ରହିଛି ବନ୍ଦ

ନୂଆଦିଲ୍ଲୀ: ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣ ବିଦେଶୀ କେଉଁ ଆଡେ ଗାୟବ୍ ହୋଇଯାଇଛନ୍ତି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ ଅଧିକାରୀ ମାନେ ଉକ୍ତ ୧୦ ଜଣ ଯାତ୍ରୀଙ୍କ ସହିତ ଯୋଗାଯୋଗ କରିପାରିନାହାନ୍ତି । ବାସ୍ତବରେ ବେଙ୍ଗାଲୁରୁରେ ହିଁ ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲା । ସେ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେଣୁ ଏଭଳି ପରିସ୍ଥିତିରେ ଏକାବେଳକେ ୧୦ ଜଣ ଯାତ୍ରୀଙ୍କ କୌଣସି ଖୋଜ୍ ଖବର ନ ମିଳିବା କଥା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ସୂଚନା ଯେ, ଏହି ୧୦ଜଣ ଯାତ୍ରୀଙ୍କ ଦକ୍ଷିଣ ଆଫ୍ରିକାରୁ ଟ୍ରାଭେଲ୍ ହିଷ୍ଟ୍ରି ମିଳିଛି । ସବୁଠାରୁ ଚିନ୍ତାର ବିଷୟ ହେଲା ଏମାନଙ୍କ ମଧ୍ୟରୁ କାହାର ବି ଫୋନ୍ ଲାଗୁନାହିଁ । ସେମାନେ ସମସ୍ତେ ଫୋନ୍ ବନ୍ଦ କରି ଦେଇଛନ୍ତି । ତେଣୁ ଏହି ୧୦ଜଣଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ । ପ୍ରଶାସନ ଏବେ ଏମାନଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି ।

ତେବେ ଓମିକ୍ରନ୍ ପ୍ରଜାତି ସାମନାକୁ ଆସିବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ଆସିଥିଲେ । ପ୍ରଶାସନ ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ସହିତ ଯୋଗାଯୋଗ କରିପାରୁନାହିଁ । ଏମାନଙ୍କ ଫୋନ୍ ମଧ୍ୟ ବନ୍ଦ ରହିଛି ।

Get real time updates directly on you device, subscribe now.