fbpx

ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ

ଭୁବନେଶ୍ୱର,୧୯/୭(ଓଡିଶା ଭାସ୍କର): ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ । କୋଭିଡ ଲାଗି ଏଥର ରାଷ୍ଟ୍ରପତି ଭବନକୁ ଯିବେ ନାହିଁ ସ୍ୱାଧୀନତା ସଂଗ୍ରାମୀ । ଅଗଷ୍ଟ ୯ରେ ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ମାନିତ କରିବେ ଜିଲ୍ଲାପାଳ । ସମ୍ମାନ ପ୍ରଦାନ ସମୟରେ କୋଭିଡ ନିୟମ ପାଳନ କରାଯିବ ବୋଲି ଜଣାପଡିଛି ।

ତେବେ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସାମିଲ ଅଛନ୍ତି ନୟାଗଡ଼ ଜିଲ୍ଲା ରଣପୁରର ଈଶ୍ୱର ବିଷୋଇ, ଯାଜପୁର ବଡ଼ଚଣାର ନୀଳମଣି ସାମଲ, ଭଦ୍ରକ ଧୁଷୁରି ଅଞ୍ଚଳର ରାମହରି ଗୋସ୍ଵାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ,ଯାଜପୁର ଜିଲ୍ଲା କାଇପଡାର ଦଧିଚି ସାହୁ, ଜଗତସିଂହପୁର ଜିଲ୍ଲା ବାଲିକୁଦାର ବିଶ୍ୱନାଥ ଦାସ, ନୟାଗଡ଼ ଜିଲ୍ଲା କଣ୍ଟିଲୋର ସହଦେଵ ବେହେରା, ଭଦ୍ରକ ଜିଲ୍ଲା ଧାମନଗରର ବ୍ରଜ କିଶୋର ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ହାଟବାଣପୁରର ମକରଧ୍ୱଜ ଦାସ ,ସମ୍ବଲପୁର ଜିଲ୍ଲା କଲମି ଗାଁର ଦେବନନ୍ଦ ଗୁପ୍ତାଙ୍କୁ ସମ୍ମାନିତ କରାଯିବ।

Get real time updates directly on you device, subscribe now.