fbpx

Facebookର ୧୦ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍: Password ତୁରନ୍ତ ବଦଳାନ୍ତୁ, କମ୍ପାନୀ ଦେଲା ଚେତାବନୀ

ନୂଆଦିଲ୍ଲୀ: ଫେସବୁକ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଗତ କିଛି ବର୍ଷ ଧରି ଫେସବୁର ଡାଟା ଲିକ୍ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି ଥରେ ଡାଟା ଚୋରି ହେବାର ମାମଲା ସାମ୍ନାକୁ ଆସିଛି । ଫେସବୁକର ୧୦ ଲକ୍ଷ ୟୁଜର୍ସଙ୍କର ଡାଟା ଓ ପାସୱାର୍ଡ ଲିକ୍ ହୋଇଯାଇଛି । ତେଣୁ ପାସୱାର୍ଡ ତୁରନ୍ତ ବଦଳାଇବାକୁ କମ୍ପାନୀ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏକ ନ୍ୟୁଜ୍ ଏଜେନ୍ସି ମୁତାବକ, ୧୦ ଲକ୍ଷ ୟୁଜର୍ସଙ୍କ ଡାଟା ସହିତ ପାସୱାର୍ଡ ଲିକ୍ ହେବା ନେଇ ମେଟା ପକ୍ଷରୁ ଚେତାବନୀ ଦିଆଯାଇଛି । ୟୁଜର୍ସଙ୍କ ଏହିସବୁ ଡାଟା ଏକ ଥାର୍ଡ ପାର୍ଟି ଦ୍ୱାରା ଲିକ୍ ହୋଇଛି । ଚଳିତ ବର୍ଷ କମ୍ପାନୀ ପକ୍ଷରୁ ମୋଟ ୪୦୦ରୁ ଅଧିକ ଏପରି ଆପିଲିକେସନକୁ ଚିହ୍ନଟ କରାଯାଇଛି । ଏହି ଆପଗୁଡ଼ିକ ସହଜରେ ଆପ୍ପଲ ଓ ଗୁଗଲ ଆପ୍ ଷ୍ଟୋରରେ ଉପଲବ୍ଧ ହେଉଛି । ତେଣୁ ତୁରନ୍ତ ପାସୱାର୍ଡ ପରିବର୍ତ୍ତନ କରିବାକୁ କମ୍ପାନୀ ୟୁଜର୍ସଙ୍କୁ ଚେତାବନୀ ଦେଇଛି ।

ମେଟା ପକ୍ଷରୁ ବ୍ଲଗ ପୋଷ୍ଟରେ କୁହାଯାଇଛି, ଏହି ଆପଗୁଡ଼ିକ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋରରେ ଲିଷ୍ଟେଡ ହୋଇଥିଲା । ଏଗୁଡ଼ିକୁ ଫଟୋ ଏଡିଟର, ଗେମ, ବିପିଏନ ସର୍ଭିସ ଆଦି ଆପିଲିକେସନ ଭାବେ ଦର୍ଶାଯାଇଥିଲା । ଅଧିକାଂଶ ସମୟରେ ଆପଗୁଡ଼ିକ ୟୁଜର୍ସଙ୍କୁ ସୁବିଧା ଯୋଗାଇବା ବଦଳରେ ସେମାନଙ୍କର ନାମ ଓ ପାସୱାର୍ଡ ଚୋରି କରିବା ପାଇଁ ଫେସବୁକ୍ ଆକାଉଣ୍ଟ ଲଗ୍ ଇନ୍ କରୁଥିଲେ । ପରେ ସେମାନେ ଫେସବୁକରୁ ଡାଟା ଓ ପାସୱାର୍ଡ ଚୋରାଇ ନେଉଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ରେ କୋଟି କୋଟି ଫେସବୁକ ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିଲା । ଫଳରେ ୨୦୧୯ରେ କମ୍ପାନୀକୁ ୫ ଅରବ ଡଲାର ଜରିମାନା ଦେବାକୁ ପଡ଼ିଥିଲା ।

Get real time updates directly on you device, subscribe now.