fbpx

ରାଜ୍ୟରେ କରୋନା ଟିକା ଅଭାବ; ବନ୍ଦ ହେଲା ୧୦୦୦ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ରାଜ୍ୟରେ ପାଖାପାଖି ୧୦୦୦ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଟିକା ଅଭାବରୁ ଟିକାକରଣ ବାଧାପ୍ରପ୍ତ ହୋଇଛି । ଏନେଇ ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଗତକାଲି ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି । ୫୬ ହଜାର ଡୋଜ ଦିଆଯାଇଥିବା ବେଳେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ ଅଛି । ଆଜି ୨ଲକ୍ଷ କୋଭିସିଲ୍ଡ ଟିକା ମିଳିବାର ଅଛି ।ଏହି ଟିକା ମିଳିଳେ ଆସନ୍ତା କାଲିଠାରୁ ଟିକାକରଣ ସ୍ୱାଭାବିକ ହେବ । କିନ୍ତୁ ଯେତିକି ଟିକା ଅଛି ତାହା ମଧ୍ୟ ଦୁଇ ତିନି ଦିନ ଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ ପାଣିଗ୍ରାହୀ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନରେ ଥିଲେ। ଅନ୍ୟ ୧୫୩୭ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ଆକ୍ରାନ୍ତ ହୋଇ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

 

Get real time updates directly on you device, subscribe now.