fbpx

ରାଜ୍ୟରେ ଖୁବ୍‍ଶୀଘ୍ର ପ୍ରତିଷ୍ଠା ହେବ ୧ ହଜାର ସବ୍‍ଜି କୁଲର: ବିଧାନସଭାରେ ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ଶୀଘ୍ର ୧ ହଜାର ସବ୍‍ଜି କୁଲର ପ୍ରତିଷ୍ଠା କରାଯିବ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବହୁ ଯୁବପିଢ଼ି ଚାଷ କାମ ପାଇଁ ମନ ବଳାଇବା କାରଣରୁ କୃଷି ଉତ୍ପାଦନ ଭଲ ହେଉଛି। ବର୍ତ୍ତମାନ ରାଜ୍ୟ ସରକାର ଉତ୍ପାଦିତ ସାମଗ୍ରୀକୁ ଉଚିତ ବଜାର ଯୋଗାଇ ଦେଇଥିବାବେଳେ ସଂରକ୍ଷଣ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି।

ବର୍ତ୍ତମାନ ରାଜ୍ୟର ଶୀତଳଭଣ୍ଡାରର ଅଭାବ ରହିଛି। ଏବେ ରାଜ୍ୟରେ ମାତ୍ର ୨୬ଟି ଶୀତଳ ଭଣ୍ଡାର କାର୍ଯ୍ୟକାରୀ ଅବସ୍ଥାରେ ଥିବା ବେଳେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ି ରହିଛି। ତେବେ ଅଚଳ ଶୀତଳ ଭଣ୍ଡାର ଗୁଡ଼ିକୁ ସଚଳ କରିବା ବ୍ୟୟବହୁଳ ହୋଇଥିବାରୁ ସେହି ଅର୍ଥରେ ନୂତନ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମୂଳପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ୱାଇଁ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ସବ୍‍ଜି କୁଲର ଗୁଡ଼ିକ ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି।

Get real time updates directly on you device, subscribe now.