fbpx

(Video) ଭିନ୍ନକ୍ଷମ ଶିଶୁଙ୍କ ସକ୍ଷମ କାର୍ଯ୍ୟ, ୧୦୦୧ କାର୍ଡବୋର୍ଡରେ ତିଆରି କଲେ ଆଶ୍ଚର୍ଯ୍ୟଜନକ ଗଣେଶ ମୂର୍ତ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମୁମ୍ବାଇରେ ଧୁମଧାମର ସହ ଗଣେଶ ପୂଜା ପାଳନ କରାଯାଉଛି। ଗଣପତିଙ୍କ ଆଗମନ ୭ ସେପ୍ଟେମ୍ବରରେ ହୋଇଥିଲା ଏବଂ ୧୭ ସେପ୍ଟେମ୍ବରରେ ବିସର୍ଜନ କରାଯାଇଛି। ମୁମ୍ବାଇର ଅନେକ ସ୍ଥାନରେ ଏବଂ ଅଫିସରେ ମଧ୍ୟ ଗଣେଶ ପୂଜା ଖୁବ ଧୁମଧାମର ସହ ପାଳନ କରାଯାଇଥିଲା।

ଏହାରି ମଧ୍ୟରେ ମୁମ୍ବାଇର ଏକ ଅଫିସରେ କିଛି ଦିବ୍ୟାଙ୍ଗ ଶିଶୁଙ୍କୁ ଏକ ହଜାର କାର୍ଡବୋର୍ଡ ଦିଆଯାଇଥିଲା, ଗଣେଶ ମୂତ୍ତି କରିବା ଲାଗି। ତେବେ ଶିଶୁମାନେ ୧୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, କେଉଁ ଭଳି ଭାବେ ଶିଶୁ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ତେବେ ନିମ୍ନରେ ଦିଆଯାଇଥିବା ଭିଡିଓରେ ଦେଖନ୍ତୁ କିପରି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ପିଲାମାନେ..

Get real time updates directly on you device, subscribe now.