fbpx

ECHS ପକ୍ଷରୁ ବାହାରିଲା ଚାକିରି: DEO, କ୍ଲର୍କ, ପିଅନ, ଡ୍ରାଇଭର ପଦ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏକ୍ସ-ସର୍ଭିସମେନ କଣ୍ଟ୍ରିବୁଟୋରୀ ହେଲଥ ସ୍କିମ (ଇସିଏଚଏସ) ପକ୍ଷରୁ ୧୦୨ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କ୍ଲର୍କ, ଡିଇଓ, ପିଅନ, ଡ୍ରାଇଭର ଆଦି ୧୮ ପ୍ରକାର ଚାକିରିରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏହି ନିଯୁକ୍ତି ପାଇଁ ଆବେଦନର ଅନ୍ତିମ ତାରିଖ ଜାନୁଆରୀ ମାସ ୩୧ ତାରିଖ ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତଦୁଇ, ଡିଗ୍ରୀ, ପ୍ରାସଙ୍ଗିକ ବିଭାଗରେ ପିଜି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଓଆଇସି ପଲିକ୍ଲିନିକ, ମେଡିକାଲ ସ୍ପେଶିଆଲିଷ୍ଟ, ମେଡିକାଲ ଅଫିସର, ଡେଣ୍ଟାଲ ଅଫିସର, ଲାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ନର୍ସିଂ ଆସିଷ୍ଟାଣ୍ଟ, ଡ୍ରାଇଭର, ଚୌକିଦାର, ପିଅନ, ଡିଇଓ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-ECHS-Various-Vacancy-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://echs.gov.in/

Get real time updates directly on you device, subscribe now.