fbpx

୧୦୫୦ ଲିଟର ଦେଶୀ ମଦ ସହ ପିକ୍‌-ଅପ୍‌ ଭ୍ୟାନ୍ ଜବତ, ଦୁଇ ଅଟକ

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ବାଙ୍ଗୁରା ଗାଁ କେନାଲ୍‌ ନିକଟରେ ଦେଶୀ ମଦ କାରବାର ନେଇ କାମାକ୍ଷାନଗର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ  ୧୦୫୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା।

ସୂଚନାରୁ ପ୍ରକାଶ ପାଏ, ଗତକାଲି ରାତିରେ ହୋଇଥିବା ଚଢାଉ ଯୋଗୁଁ ୧୫୦ଲିଟର ଦେଶୀ ମଦ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ସାହାଯ୍ୟରେ ଦୁଇଜଣ ଅଭିଯୁକ୍ତ ନେଇ ଯାଉଥିଲାବେଳେ ଅବକାରୀ ବିଭାଗ କର୍ମଚାରୀ ପିକ୍‌-ଅପ୍‌ର ପିଛା କରି କେନାଲ୍‌ ନିକଟରେ ଧରିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୦୫୦ ଲିଟର ଦେଶୀ ମଦ, ଜାର୍କିନୀ ଓ ପିକ୍‌-ଅପ୍‌ ଭ୍ୟାନ୍‌ ଜବତ ହୋଇଛି ।

Get real time updates directly on you device, subscribe now.