fbpx

ଫ୍ରି ଫାୟାର୍ ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର

ହରିଚନ୍ଦନପୁର: ଫ୍ରି ଫାୟାର ଗେମ୍ ଖେଳି ଛାତ୍ର ଗୁତୁତର ହୋଇପଡ଼ିଛନ୍ତି । ଏହିଭଳି ଏକ ଘଟଣା ଆସିଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଖୁପାଳ ଗ୍ରାମରେ । ଏଠାରେ ରହୁଥିବା କୁଅଁର ଖଣ୍ଡା(୪୭)ଙ୍କ ପୁଅ ଅଗସ୍ତି ଖଣ୍ଡା (୧୫)ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ବାପା କୁଅଁର ଖଣ୍ଡା, ପୁଅ ଅନଲାଇନ ରେ ପାଠ ପଢିବା ପାଇଁ ମୋବାଇଲ ଟିଏ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନ ପଢି ଫ୍ରି ଫାୟାର ଗେମ ଖେଳି ମାନସିକ ସ୍ଥିତି ହରାଇ ବସିଛି ।

ପିଲାଟି ଗେମ୍ ଖେଳି ଖେଳି ଏମିତି ହୋଇଯାଇଛି ଯେ, ଗେମ ଖେଳୁଥିବା ସମୟରେ ହଠାତ ଅଚେତ ହୋଇ ପଡ଼ୁଛି । ସେ ଯେବେ ପ୍ରଥମେ ଅଚେତ୍ ହୋଇଥିଲା ସେତେବେଳେ ତାକୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ଚିକିତ୍ସା ଚାଲିଥିବା ବେଳେ ସ୍ଥିତି ଗୁରୁତର ଗୁରୁତର ହୋଇପଡ଼ିଥିଲା । ଏହାପରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ପିଲାମାନେ ଏହି କରୋନା ସମୟରେ ମୋବାଇଲ୍ ଗେମ୍ ରେ ଅଧିକ ସମୟ ବିତାଉଛନ୍ତି । ଯଦ୍ୱାରା କିଛି ପିଲା ପାଠ ନପଢ଼ି ଅଯଥା ସମୟ ନଷ୍ଟ କରୁଛନ୍ତି । ଏଭଳି ସ୍ଥଳରେ ସେମାନଙ୍କୁ ମୋବାଇଲ୍ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା କିଛି ପିଲା ଅମାନିଆ ମନୋଭାବ ପୋଷଣ କରୁଛନ୍ତି ।

Get real time updates directly on you device, subscribe now.