fbpx

ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା : ୧୧ ଜୀବନ ନେଲା କରୋନା

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୧ ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି ।ଖୋର୍ଦ୍ଧା ଜିଲ୍ଲାରୁ ସବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡ଼ରୁ ୨ ଜଣ, ରାୟଗଡ଼,ପୁରୀ, କୋରାପୁଟ, କଳାହାଣ୍ଡି ଓ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ରାଜ୍ୟରେ ଆଉ ୧୦ ହଜାର ୪୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୭୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.