fbpx

ପୋଲିସ ଜାଲରେ ୧୧ ଲୁଟେରା, ସୁନା-ରୂପା ଜବତ

ଯାଜପୁର,୧୭ ।୧୦(ଓଡିଶା ଭାସ୍କର): ଧର୍ମଶାଳା ପୋଲିସକୁ ମିଳିଲା ବଡ ସଫଳତା । ପେଲିସ ଜାଲରେ ପଡିଲା ବଡଧରଣର ଲୁଟେରା ଗ୍ୟାଙ୍ଗ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛଇ ପୋଲିସ । ୫ ଲକ୍ଷ ୮୯ ହଜାର ଟଙ୍କା, ଗୋଟିଏ ବନ୍ଧୁକ ଓ ୨ଟି ଅଫୁଟା ଗୁଳି ଜବତ କରାଯାଇଛି । ଏହା ସହ ୭୬ ଗ୍ରାମ ସୁନା, ୧୨ କେଜି ୨ ଶହ ଗ୍ରାମର ରୂପା ମଧ୍ୟ ଜବତ ହୋଇଛି । ବ୍ରହ୍ମବରାଦ ଅଞ୍ଚଳ ସୁନା ଦୋକାନୀଙ୍କୁ ଲୁଟ ଘଟଣାରେ ପୋଲିସକୁ ଏହି ସଫଳତା ମିଳିଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି ।

Get real time updates directly on you device, subscribe now.