fbpx

ରହସ୍ୟମୟ କାରଣରୁ ମହାରାଜଗଞ୍ଜରେ ୧୧୧ ନବଜାତ ଶିଶୁଙ୍କ ମୃତ୍ୟୁ, ଯାଞ୍ଚରେ ଲାଗିଛି ସ୍ୱାସ୍ଥ୍ୟ ବିଭାଗ

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ୧୦ ମାସ ମଧ୍ୟରେ ରହସ୍ୟମୟ କାରଣରୁ ୧୧୧ ନିରୀହ ଶିଶୁଙ୍କର ମୃତ୍ୟୁ ଘଟିଛି । ଏକ ରିପୋର୍ଟରେ ମାତୃ ଓ ଶିଶୁ ମୃତ୍ୟୁ ସଂଖ୍ୟା ଆଶ୍ଚର୍ଯ୍ୟ କରିଛି । ଶିଶୁ ମୃତ୍ୟୁର ରହସ୍ୟରୁ ପରଦା ହଟାଇବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ସିଡିଓ, ଏସଡିଏମ ଏବଂ ସିଏମଏସଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୦ ମାସ ମଧ୍ୟରେ ରହସ୍ୟମୟ କାରଣରୁ ଜିଲ୍ଲାର ୧୧୧ ନିରୀହ ଶିଶୁଙ୍କ ମୃତ୍ୟୁ ଜିଲ୍ଲା ପ୍ରଶାସନକୁ ଏକ ବିବାଦ ଭିତରକୁ ଠେଲି ଦେଇଛି । ଏହି ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ସତ୍ୟେନ୍ଦ୍ର କୁମାର ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ଗୌରବ ସିଂ ସୋଗରୱାଲଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରୁଥିବାବେଳେ ଶିଶୁଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅନୁସନ୍ଧାନକାରୀ ଦଳର ସିଡିଏ ବ୍ୟତୀତ ଜିଲ୍ଲା ଡାକ୍ତରଖାନାର ସିଏମ୍ଏସ୍ ଏବଂ ଅତିରିକ୍ତ ଏସଡିଏମ୍ ସତ୍ୟପ୍ରକାଶ ମିଶ୍ର ମଧ୍ୟ ଅଛନ୍ତି । ମାତୃ ଓ ଶିଶୁ ମୃତ୍ୟୁ ରିପୋର୍ଟର ସଂଖ୍ୟା ବୃଦ୍ଧିରେ ଏହି ଦଳ ଅନୁସନ୍ଧାନ କରିବ । ଏହା ସହିତ କାହିଁକି ଏବଂ କେତେ ଶିଶୁ ମୃତ୍ୟୁବରଣ କଲେ, ଏହା ଜାଣିବାକୁ ଚେଷ୍ଟା କରିବ ।

Get real time updates directly on you device, subscribe now.