fbpx

କରୋନାର ଭୟାନକ ରୁପ: ଶବସତ୍କାର କରିବାକୁ ମିଳୁନି ସ୍ଥାନ

ମଧ୍ୟପ୍ରଦେଶ, ୧୬ା୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହର ମଧ୍ୟପ୍ରଦେଶରେ ନିଜର କାୟା ବଢ଼ାଇବାରେ ଲାଗିଛି । ରାଜ୍ୟର ସ୍ଥିତି ବର୍ତ୍ତମାନ ସାଂଘାତିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟାରେ ରୋକ ଲଗାଯାଇପାରୁନି । ରାଜଧାନୀ ଭୋପାଳରେ କରୋନା ସ୍ଥିତି ସମ୍ପୁର୍ଣ୍ଣ ବିଗିଡି ଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୮୧ ନୁଆ ମାମଲା ଚିହ୍ନଟ ହୋଇଛି ଏବଂ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଶ୍ମଶାନରେ ଶବ ସତ୍କାର କରିବାକୁ ବି ସ୍ଥାନ ମିଳୁନି । ଯାହ ପ୍ରଶାସନକୁ ଚିନ୍ତାରେ ପକାଇଛି । ଭୋପାଳ, ଜବଲପୁର, ଇନ୍ଦୋର ଏବଂ ଗ୍ୱାଲିୟର୍ ଆଦିର ଶବ ସତ୍କାର କରିବାକୁ ସ୍ଥାନ ବାହାର କରାଯାଉଛି । ଭୋପାଳରେ ସଂକ୍ରମିତଙ୍କ ସଂଖ୍ୟା ୨୯% ବଢ଼ିଯାଇଛି । ଏହାଭିତରେ କରୋନା ଦ୍ୱାରା ହେଉଥିବା ମୃତ୍ୟୁ ହାର ଲୁଚେଇବାକୁ ଚେଷ୍ଟା କରାଯାଉଥିବା ଭଳି ଖବର ପଦାକୁ ଆସୁଛି । ବିରୋଧୀ ମାନେ ଲଗାତର ସରକାରଙ୍କ ଉପରେ ମୃତ୍ୟୁହାର ଲୁଚାଇବା ଭଳି ଆରୋପ ଲଗାଇଛନ୍ତି । ସୁଚନାଯୋଗ୍ୟ, ରାଜ୍ୟରେ ଗୁରୁବାର ୧୦ ହଜାର ୧୬୬ ନୁଆ ମାମଲା ଚିହ୍ନଟ ହୋଇଥିଲା । ଏଥିସହିତ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.