fbpx

ନବଜାତକକୁ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ: ବାଥରୁମରେ ଦେଇଥିଲେ ଜନ୍ମ…

ନୂଆଦିଲ୍ଲୀ: ଅବିକଶିତ ନବଜାତକର ଜନ୍ମ ପରେ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ । ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେବା ପରେ ତାକୁ ଏକ ବୁଦାକୁ ଫୋପାଡ଼ି ଦେଇଥିଲେ ।

ସୂଚନା ଅନଯାୟୀ, ଏହି ଘଟଣା ତାମିଲନାଡୁ ଭୁବନନଗରୀ କୁଡ୍ଡାଲୋର ଜିଲ୍ଲାରେ ଘଟିଛି । ଜଣେ ଦଶମ ଶ୍ରେଣୀର ଛାତ୍ର ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ତେବେ ସେହି ଛାତ୍ର ଜଣକ ଗିରଫ କରାଯାଇଛି ।

ଗତ ଗୁରୁବାର ଜଣେ ଛାତ୍ର ଏହି ନବଜାତକର ମୃତଦେହ ବୁଦା ମୂଳରେ ଦେଖିବାକୁ ପାଇଥିଲେ ଏବଂ ସ୍କୁଲ ଅଥରିଟିକୁ ସୂଚନା ଦେଇଥିଲେ । ସ୍କୁଲ ଅଥରିଟି ତାହାପରେ ପୋଲିସକୁ ଖବର ଦେଇଥିଲେ ।

ନବଜାତକ ପୂର୍ଣ୍ଣ ଭାବରେ ବିକଶିତ ହୋଇନଥିବା କୁହାଯାଉଛି । ତେବେ ପୋଲିସ ସନ୍ଦେହ କରିଥିଲା ଯେ ନବଜାତକର ସ୍କୁଲ ଭିତରେ ହିଁ ଡେଲିଭରି ହୋଇଛି ।  ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା, ଯାହାପରେ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା ।

ନବଜାତକକୁ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ବାଥରୁମରେ ଜନ୍ମ ଦେଇଥିଲେ । ଯାହାପରେ ସ୍କୁଲ ନିକଟରେ ଥିବା ଏକ ବୁଦା ମୂଳକୁ ଫିଙ୍ଗିଦେଇଥିଲେ ଏବଂ ଘରକୁ ଚାଲିଯାଇଥିଲେ ।

ଅଧିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ତାଙ୍କୁ ଗର୍ଭବତୀ କରାଇଥିଲେ । ତେବେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦଶମ ଛାତ୍ରକୁ ପୋଲିସ ଗିରଫ କରିଛି ପକ୍ସୋ ଆକ୍ଟ ଅନୂଯାୟୀ ।

Get real time updates directly on you device, subscribe now.