fbpx

(Video) ପିପିଲିରୁ ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ଏକ ପୁରୁଣା ମୂର୍ତ୍ତି

ନୂଆଦିଲ୍ଲୀ: ପୁରୀ ଜିଲ୍ଲା ପିପିଲିରୁ ଏକ ବିରଳ ମୂର୍ତ୍ତି ଉଦ୍ଧାର ହୋଇଛି । ପିପିଲିର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ସିଂହାରପୁର ଗ୍ରାମରୁ ଏକ ୧୨୦୦ ବର୍ଷର ପୁରୁଣା ମୂର୍ତ୍ତି ମିଳିଛି । ଐତିହ୍ୟ ଗବେଷକ ଦୀପକ ନାୟକ ଏହି ମୂର୍ତ୍ତିକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସିଂହାରପୁର ସ୍ଥିତ ଶ୍ରୀ ଶ୍ରୀ ଅଖଣ୍ଡଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ସାବିତ୍ରୀ ଭାବେ ପୂଜା ପାଉଥିବା ମୂର୍ତ୍ତିଟି ବୌଦ୍ଧ ଯୁଗର ଅଷ୍ଟମ ବା ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି ।

ତେବେ ଏଭଳି ମୂର୍ତ୍ତି ଓଡ଼ିଶାରେ ଦେଖିବାକୁ ପ୍ରାୟତଃ ବିରଳୟ । ଏହି ମୂର୍ତ୍ତି ନିକଟରେ ସୂର୍ଯ୍ୟଙ୍କର ବହୁ ପୂରାତନ ପଥର ଖୋଦିତ ମୂର୍ତ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଅନେକ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ସବୁ ମୂଲ୍ୟବାନ ମୂର୍ତ୍ତିର ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ଲିଭିବାକୁ ବସିଲାଣି । ତେଣୁ ସରକାରୀ ସ୍ତରରେ ଏହି ମୂର୍ତ୍ତିର ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଗବେଷକ ଦୀପକ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ଐତିହାସିକ କୀର୍ତ୍ତିରାଜି ରହିଛି । ବର୍ଷ ସାରା ଏହିସବୁ ସ୍ଥାନକୁ ଅନେକ ପର୍ଯ୍ୟଟକ ଭ୍ରମଣ କରି ମୂର୍ତ୍ତି ମାଧ୍ୟମରେ ପୂରାତନ ସମୟର ଅନେକ କାହାଣୀ ଜାଣିବାକୁ ସୁଯୋଗ ପାଇଥାନ୍ତି । ତେବେ ପିପିଲରୁ ଶହ ଶହ ବର୍ଷ ତଳର ମୂର୍ତ୍ତି ଚିହ୍ନଟ ହେବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର । ତେଣୁ ଏହାର ରକ୍ଷଣାବେକ୍ଷଣ ଓ ବିକାଶ ନେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବା ନିହାତି ଜରୁରୀ ।

Get real time updates directly on you device, subscribe now.